ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ “ବର୍ଣ୍ଣାଳୀ” ପ୍ରଶିକ୍ଷକ ତାଲିମ ଶିବିର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ସଫଳତାର ସହ ( ଶନିବାର ଦିନ ) ଉଦ୍ ଯାପିତ ହୋଇଯାଇଛି।
ଗତ ୨୪ ନଭେମ୍ବର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ଉଦ୍ ଘାଟନ କରିଥିବା ବେଳେ ପର୍ଯ୍ୟବେକ୍ଷିକା ଭାବେ ବ୍ରେକ୍ ଥ୍ରୁ ଟ୍ରଷ୍ଟ ତରଫରୁ ଶ୍ରୀମତୀ ସୁଭଦ୍ରା ସୁରେଖା ମଲ୍ଲିକ , ମାଷ୍ଟର ଟ୍ରେନର ଭାବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଜେନା ଓ ଶିକ୍ଷକ ଶ୍ରୀ ରମାକାନ୍ତ ପଟ୍ଟନାୟକ ଶିବର ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ବ୍ରେକ୍ ଥ୍ରୁ ଟ୍ରଷ୍ଟ ଓ ଜେ ପାଲ ଏସ୍ ଏ ଭାଗିଦାରୀରେ ସାରା ଓଡ଼ିଶାରେ ପରିଚାଳନା କରାଯାଉଛି । ଏ କଥା ସତ ଯେ , ଲିଙ୍ଗଗତ ଭେଦଭାବ ଏକ ବଡ ସାମାଜିକ ସମସ୍ୟା। ଏହି ଭେଦଭାବ ହିଁ ବ୍ୟକ୍ତି ତଥା ସମାଜର ବିକାଶ ପ୍ରକ୍ରିୟାରେ ବାଧକ ସାଜିଛି। ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ଏହା ଅସମାନତା ବଢ଼ାଉଛି। ତେବେ ଗୋଟିଏ ସୁସ୍ଥ ସୁନ୍ଦର ଓ ବିକଶିତ ସମାଜ ପାଇଁ ଲିଙ୍ଗଗତ ସମାନତା ନିତାନ୍ତ ଆବଶ୍ୟକ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିର ମାନସିକତା ଓ ବ୍ୟବହାରରେ ପରିବର୍ତ୍ତନ ଆସିବା ନିହାତି ଜରୁରୀ। ଏଥି ନିମନ୍ତେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଥିବା ଭାବି ନାଗରିକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଚେତନ ହେବା ଏକାନ୍ତ ଆବଶ୍ୟକ। ଏଥି ନିମନ୍ତେ ଜେଣ୍ଡର ଗଠନ , ଲିଙ୍ଗ ପରିଚୟ , ଗଣ ମାଧ୍ୟମର ଭୂମିକା , ପିତୃକୈନ୍ଦ୍ରିକତା , ସମାନତା , ସମତା ଓ ନ୍ୟାୟର ଧାରଣା , ବିଭିନ୍ନ ସାମାଜିକ ପ୍ରସଙ୍ଗ , ଶିଶୁ ସୁରକ୍ଷା ସହ ସାମାଜିକ ବିଜ୍ଞାନ ଅଧ୍ୟାୟରେ ଏହାର ଏକୀକରଣର ଆବଶ୍ୟକତାକୁ ଆଲୋଚନା ଓ ଭିଡ଼ିଓ ମାଧ୍ୟରେ ଉପସ୍ଥାପିତ ହୋଇଥିଲା।
ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ସାତଗୋଟିରୁ ବ୍ଲକ୍ ରୁ ୩୫ ଜଣ ପ୍ରଶିକ୍ଷାର୍ଥୀ ତାଲିମ ଗ୍ରହଣ କରିଥିଲେ। ଆସନ୍ତା ଜାନୁୟାରୀ ମାସରେ ବ୍ଳକ୍ ସ୍ତରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣରେ ସମସ୍ତ ଅଂଶ ଗ୍ରହଣକାରୀ ସକ୍ରିୟ ଅଂଶଗ୍ରହଣ କରିଥିବାବେଳେ ଟେକ୍ନିସିଆନ୍ ଶ୍ରୀ ଧର୍ମରାଜ ପାତ୍ର , ପ୍ରୋଗାମ ଆସିଷ୍ଟାଣ୍ଟ ଶ୍ରୀ ତପନ କୁମାର ବେହେରା , ଜେଣ୍ଡର କୋଡିନେଟର ସନ୍ତୋଷ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post