ଝାରବନ୍ଧ ପଞ୍ଚାୟତରେ ବାଇକ ରାଲି କରି ପାୱାର ଦେଖାଇଲେ ଅରୁଣ, ଅବନୀ

0

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପ୍ରଚାର ପ୍ରସାର ରେ ବହୁତ ଆଗରେ ଅଛି ବିଜୁ ଜନତା ଦଳ | ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ସମର୍ଥକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥକଙ୍କ ଭିଡ଼ ସବୁଠି ଦେଖିବାକୁ ମିଳୁଛି | ପାଇକମାଲ ବ୍ଳକ ଏକ ନମ୍ବର ଜୋନ ତଥା ଝାରବନ୍ଧ ପଞ୍ଚାୟତର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ତାମଡା ଅଧକ୍ଷ ଅବନୀକାନ୍ତ ସାହୁ ଏବଂ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ | ରବିବାର ଝାରବନ୍ଧ ପଞ୍ଚାୟତରେ ଅବନୀକାନ୍ତ ସାହୁଙ୍କ ନେତୃତ୍ୱରେ ବର୍ଷା ସିଂ ବରିହାଙ୍କ ଏବଂ ବିଜୁ ଜନତା ଦଳକୁ ଭଲ ପାଉଥିବା ସମର୍ଥକଙ୍କୁ ନେଇ ଏକ ବିଶାଳ ବାଇକ ରାଲି ସମାହୋର ହୋଇଯାଇଛି | ଏହି ପଞ୍ଚାୟତ ସ୍ତର ବାଇକ ରାଲିରେ ପ୍ରାୟ ଚାରି ଶହ ବାଇକ ଆରୋହି ଯୋଗଦେଇ ରାଲି ମଧ୍ୟାମରେ ବର୍ଷା ଙ୍କର ପାଇଁ ପ୍ରଚାର କରିଥିଲେ | ବାଇକ ରାଲିରେ ପଞ୍ଚାୟତ ଜନସମର୍ଥକ ବରିଷ୍ଠ ବିଜେଡିନେତା ଏବଂ ନୂତନ ଭାବରେ ବିଜେପି ଓ କଂଗ୍ରେସ ଛାଡି ବିଜେଡି ଯୋଗଦାନ କରିଥିବା କର୍ମୀ ମାନଙ୍କ ସହ ଅବନୀକାନ୍ତ ସାହୁଙ୍କ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ରହି ବାଇକ ରାଲି ସଫଳ କରିବା ସହ ବିଜୁ ଜନତା ଦଳର ସମର୍ଥକ ମାନଙ୍କୁ ଉତ୍ସାହିତ କରିଥିଲେ |

Leave A Reply

Your email address will not be published.