ସୁସ୍ଥ ଓ ସୁଦୃଢ ସମାଜ ଗଠନ ପାଇଁ ଖେଳ ନିହାତି ଜରୁରୀ :- କ୍ୟାପଟେନ ମିଶ୍ର

0

ବରଗଡ :- ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବୁକୁରମୁଣ୍ଡା ଗ୍ରାମ ପଞ୍ଚାୟତ ର ଲହଙ୍ଗେର ଠାରେ ଅୟୋଜିତ ହୋଇଯାଇଛି ଏଗାର ତମ ଅନ୍ତଃଜିଲ୍ଲା VSS ଭଳିବଲ ଟୁର୍ଣ୍ଣାମେଣ୍ଟ । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ତଥା ପଡୋଶୀ ଛତିଶଗଡ଼ ରାଜ୍ୟରୁ 20 ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ କୁ ଚଳିତ ବର୍ଷ ଅଞ୍ଚଳର ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କୁ ସମର୍ପିତ କରାଯାଇଥିଲା । ଆଜି ଶେଷ ଦିବସରେ ଆୟୋଜକ ମାନଙ୍କ ଅନୁରୋଧ କ୍ରମେ ଯୋନ ତିନି ଉପନିର୍ବାଚନ ରେ ବିଜୁ ଜନତା ଦଳର ପର୍ଯବେକ୍ଷକ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ କିଛି ସମୟ ଭଳିବଲ ଖେଳିଥିଲେ । ଏହାପରେ ଖେଳାଳି ମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ଭଳିବଲ ଖେଳିବା ଦ୍ୱାରା ଶାରୀରିକ ସୁସ୍ଥତା ସହିତ ମାନସିକ ବିକାଶ ମଧ୍ୟ ହୋଇଥାଏ । ଆଜିକାର ଏହି ଭଳିବଲ ମେଚ ଯୁବ ସମାଜ ଜୁ ଖେଳ ପ୍ରତି ହଜିଯାଉଥିବା ଆଗ୍ରହ କୁ ନିଶ୍ଚିତ ଭାବରେ ବଢାଇବାରେ ସହଯୋଗ କରିବା ସହିତ ଯୁବ ସମାଜ କୁ ଖେଳ ପ୍ରତି ଆକୃଷ୍ଟ କରିବ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ରମେଶ ବେହେରା , ଶ୍ରୀ ରାକେଶ ମହାପାତ୍ର , ବରିଷ୍ଠ ଆଇନଜୀବୀ ଶ୍ରୀ ଭୀଷ୍ମଦେଵ ସରାଫ , ଲଇକେରା ବ୍ଲକ ଅଧ୍ୟକ୍ଷ ସଞ୍ଚିତ ନାୟକ ପ୍ରମୁଖ ଯୋଗଦେଇ ଖେଳାଡି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଦର୍ଶକ ଯୋଗ ଦେଇଥିଲେ ।

Leave A Reply

Your email address will not be published.