ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଶ୍ରୀମତୀ ଆମ୍ବିକା ଦେବୀଙ୍କ ତତ୍ତ୍ୱାବଧାନରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଭାରତୀୟ ସମ୍ବିଧାନର ନିର୍ମାତା ତଥା ଜନକ ଡ଼. ଭୀମାରାଓ ଆମ୍ବେଦକରଙ୍କ ବିଷୟରେ ଆଲୋକପାତ କରିଥିଲେ।
ରାଜନୀତି ବିଜ୍ଞାନର ଅଧ୍ୟାପକ ଡ଼. ମହେନ୍ଦ୍ର ରାଇତ ଓ ଇତିହାସ ବିଭାଗର ଅଧ୍ୟାପକ ଡ଼. ନୃସିଂହ ପାଣିଗ୍ରାହୀ ଯୋଗଦେଇ ଭାରତର ସମ୍ବିଧାନ ଓ ଅନ୍ୟାନ୍ୟ ଦେଶର ସମ୍ବିଧାନ ବିଷୟରେ ବିବରଣୀ ପ୍ରଦାନ କରି ସମ୍ବିଧାନ ଗୁରୁତ୍ୱ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ପରିଶେଷରେ ଗୃହବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ବି.ରଜନୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷା ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.