ଝାରବନ୍ଧ -ମନୋହର ଦାଶ;ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଦୃଷ୍ଟି ରେ ରଖି ଅବକାରୀ ପ୍ରଶାସନ ପକ୍ଷରୁ ମଦ ଧରପକଡ ପ୍ରତ୍ୟହ ଜୋରଦାର ଚାଲିଛି l ବରଗଡ଼ ଅବକାରୀ ଅଧିକ୍ଷକ ସୁବନ ନାଏକ ଙ୍କ ନିର୍ଦେଶ କ୍ରମେ ପାଇକମାଲ ଅବକାରୀ ଥାନା ଅଧିକାରୀ ରାଜକୁମାର ବେହେରା ଙ୍କ ନେତୃତ୍ୱ ରେ ଏ ଏସ ଆଇ ବିଜୟ ପାଣିଗ୍ରାହୀ, କେନାଲୁ ଭୁଏ,ପ୍ରେମାନନ୍ଦ ବିଶ୍ୱାଳ ଓ ତାଙ୍କ ଟିମ ମିଳିତ ଭାବେ ନୀଳଜୀପତ୍ରା, ଲଉଡ଼ିଦରହା ଚିରାଲ ନାଲା ର ପଠା ସ୍ଥାନ ମାନଙ୍କୁ ଚଢଉ କରି 1600 କେଜି ମହୁଳ ପୋଚ ଓ 40 ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ l ଏବଂ ଏକ ଆଲୁମିନିୟମ ଗଞ୍ଜ ଜବତ ହୋଇଥିଲା l ଗ୍ରାମ୍ୟ ଜଙ୍ଗଳ ଏବଂ ସୀମାନ୍ତବର୍ତ୍ତୀ ନିକଟସ୍ତ ଛତିଶଗଡ଼ ପଡୁଥିବାରୁ ଆସାମୀ ମାନେ ସେଠାରୁ ଖସି ପଳାଇ ଯାଇଥିଲେ l
ଯଟେସିରା ଗ୍ରାମ ରେ ହାତରନ୍ଧା ତିଆରି ମଦ ଜବତ କରି ଜଣେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.