ଏଗାରତମ ଭଳିବଲ ଟୁର୍ଣ୍ଣାମେଣ୍ଟ କୁ ସ୍ବର୍ଗତ ବିଧାୟକ ବିଜୟ ବାବୁ ଙ୍କୁ ସମର୍ପିତ

0

ବରଗଡ :- ଗତ ଏଗାର ବର୍ଷ ହେଲା ବୁକୁରମୁଣ୍ଡା ପଞ୍ଚାୟତ ର ଲହଙ୍ଗେର ଠାରେ ଆୟୋଜିତ ହୋଇ ଆସୁଥିବା VSS ଅନ୍ତଃଜିଲ୍ଲା ଭଳିବଲ ଟୁର୍ଣ୍ଣାମେଣ୍ଟ କୁ ଚଳିତ ବର୍ଷ ଅଞ୍ଚଳର ପ୍ରିୟ ନେତା ତଥା ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉଦ୍ଧେଶ୍ୟରେ ସମର୍ପିତ କରିଛନ୍ତି ଆୟୋଜକ ମାନେ । ଏଠାରେ ସୂଚନାଯୋଗ୍ୟ ଯେ ସ୍ବର୍ଗତ ଶ୍ରୀ ବରିହା ଙ୍କର ବାଲ୍ୟକାଳ ରୁ ଖେଳ ପ୍ରତି ଦୁର୍ବଳତା ରହିଥିଲା । ବ୍ୟସ୍ତତା ମଧ୍ୟରେ ଯେତେବେଳେ ବି ସମୟ ପାଉଥିଲେ ତୁରନ୍ତ ପଡିଆକୁ ପହଂଛି ଯାଉଥିଲେ । ଏହସହିତ ସେ ପ୍ରତକ୍ଷ ଭାବରେ ଖେଳ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ସ୍ୱର୍ଗତ ବିଜୟ ବରିହା ସିଂ ଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ଯୁବକ ମାନଙ୍କ ଦ୍ୱାରା ଆୟୋଜିତ ଅନ୍ତଜିଲ୍ଲା ୧୧ତମ V.S.S ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିବା ଅବସରରେ ବିଜୁ ଜନତା ଦଳର ବୁକୁରାମୁଣ୍ଡା ପର୍ଯ୍ୟବେକ୍ଷକ ତଥା ମାନ୍ୟବର ବିଧାୟକ, ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା ପଡ଼ିଆରେ ଖେଳିବା ଦ୍ୱାରା ଯୁବସମାଜ ଭିତରେ ଅନେକ ସକାରାତ୍ମକ ଉର୍ଜା ଜାଗ୍ରତ ହେବା ସହିତ ଅନେକ ପ୍ରକାର ରୋଗ ଓ ବ୍ୟାଧି କୁ ଦୁରେଇ ଦେଇଥାଏ । ତେଣୁ ଯୁବସମାଜ ନିଶ୍ଚିତ ଭାବରେ ଖେଳ ପ୍ରତି ଆକୃଷ୍ଟ ହେବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି ।

Leave A Reply

Your email address will not be published.