ଯୋଡ଼ା(ପାର୍ଥ ସାରଥୀ ଷଢଙ୍ଗି): କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ସ୍ଥିତ ମୁଖ୍ୟ ରାସ୍ତାର ଧରଣୀଧର ଛକ ଠାରେ ଶତାଧିକ ମହିଳା ପୁରୁଷ ଶନିବାର ଅପରାହ୍ନରେ ରାସ୍ତା ଅବରୋଧ କରିଛନ୍ତି ।ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ,ବାରମ୍ବାର ରାସ୍ତାରେ ଜଳ ସିଞ୍ଚନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଫ୍ଲାଏ ଓଭର ରାସ୍ତା ନିର୍ମାଣ କରୁ ଥିବା ଚେଭ୍ର କ୍ସ ନାମକ ଠିକ। ସଂସ୍ଥା କର୍ଣ୍ଣ ପ।ତ କରୁ ନ ଥିଲା ।ରାସ୍ତା ନିର୍ମାଣ ହେତୁ ଅଞ୍ଚଳ ବ।ସୀ ଙ୍କ ଘର ଦ୍ଵାର ଭର୍ତି ହୋଇ ଯାଉଥିଲା ।ଏପରିକି ରାସ୍ତା କଡ଼ରେ ରହୁଥିବା ଅଞ୍ଚଳ ବ।ସୀ ନିଃଶ୍ୱାସ ନେବା ରେ ମଧ୍ୟ କଷ୍ଟ ଅନୁଭବ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।ଅଞ୍ଚଳର ରାଜେଶ୍ ପାତ୍ର,ଦୀପକ ପାତ୍ର ମନୁ ମହାକୁଡ ଙ୍କ ସମେତ ବହୁ ମହିଳା ପୁରୁଷ ତାଙ୍କ ଅଭିଯୋଗ ରେ କହିଛନ୍ତି ଯେ,ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଚାଲି ଥିବା ବେଳେ ତଳେ ନିର୍ମାଣ ହୋଇଥିବା ଅସ୍ଥାୟୀ ମାଟି ରାସ୍ତା ରେ ଅସଂଖ୍ୟ ଖଣିଜ ବୋଝେଇ ଭାରି ଯାନ ଚଳାଚଳ କରୁଥିବାରୁ ସୂକ୍ଷ୍ମ ଧୂଳି କଣା ପ୍ରବଳ ମାତ୍ର। ରେ ଉଡ଼ି ଅଂଚଳରେ ଏକ ଧୂଳି ର ଧୁମବଳୟ ସୃଷ୍ଟି କରୁଛି ।ଏହି ଧୂଳି କଣା ଏତେ ମାତ୍ରାରେ ଉଡୁଛି ଯେ ଦୁଇ ଚକିଆ ଯାନର ଚାଳକମାନେ ସମ୍ମୁଖ ଭାଗକୁ ଦେଖିପାରୁନାହାଁନ୍ତି ।ସଡ଼କ ଦୃଶ୍ୟମାନ ହେଉ ନାହିଁ । ରୋଷେଇ ଘରେ ଥିବା ଭାତ ହାଣ୍ଡି ଉପରେ ଧୂଳିର ନାଲି ଆସ୍ତରଣ ପଡି ଯାଉଛି ।ପାନୀୟ ଜଳରେ ମଧ୍ୟ ଧୂଳି ଓ ତେଲ ଅଂଶ ଭାସୁଛି ।ବହୁବାର ଏ ନେଇ ଅଞ୍ଚଳ ବାସୀ ପୌର ପାଳିକ।, ଠିକା ସଂସ୍ଥା ଚେ ଭ୍ରୋକ୍ସ କମ୍ପାନୀ ପ୍ରମୁଖ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏହାର କୌଣସି ପ୍ରତିକାର କରାଯାଉ ନାହିଁ ।ଏଣୁ ଶନିବାର ଲୋକେ ରାସ୍ତା ଅବରୋଧ କରିଥିଲେ ।ରାସ୍ତା ଅବରୋଧ ସମ୍ପର୍କରେ ଜାଣିବା ପରେ ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ । ଦିନ କୁ ୩ଥର ୱାଟର ଟ୍ୟାଙ୍କର ଯୋଗେ ଜଳ ସିଞ୍ଚନ ର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ରୁ ଲୋକେ ନିବୃତ ହୋଇଥିଲେ ।
ଠିକା ସଂସ୍ଥା ର ମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ,ଦୁଇ ଟି ଟ୍ୟାଙ୍କର ରେ ଦିନ କୁ ୩ଓଳି ଜଳ ସିଞ୍ଚନ କରାଯିବ ।ଏତଦବ୍ୟତୀତ ଏହି ରାସ୍ତା ଦେଇ ଯେଉଁ ଖଣି କମ୍ପାନୀ ର ଭାରୀ ଯାନ ଚଳାଚଳ କରୁଛି,ସେହି କମ୍ପାନୀ ମାନେ ସହଯୋଗ କରୁ ନାହାନ୍ତି ।ଯଦି ସେମାନେ ଠିକା ସଂସ୍ଥା ସହ ମିଶି ଅଧିକରୁ ଅଧିକ ଟ୍ୟାଙ୍କର ଲଗାଇ ଜଳ ସିଞ୍ଚନ କରନ୍ତେ ,ତାହେଲେ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ କୌଣସି ସମସ୍ୟା ରହନ୍ତା ନାହିଁ । ସେହିପରି ଏକ ଖଣି କମ୍ପାନୀ ସ୍ଲରି ପାଇପ ଗୁଡିକୁ ରାସ୍ତା କଡ଼ରେ ପକାଇ ରାସ୍ତାର ଗୋଟିଏ ପାର୍ଶ୍ଵ କୁ ଅବରୋଧ କରି ରଖି ଛନ୍ତି ।ଏଣୁ ମିଳିତ ସହଯୋଗ ରେ ଜନ ସାଧାରଣଙ୍କ ସମସ୍ୟା ସମାଧାନ ହୋଇ ପାରନ୍ତା ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ।ଏହି ଧୂଳି ଧୂଆଁ ପାଇଁ ପୌରପାଳିକାର ୨, ୩, ୪, ୫, ୭, ୮, ୯, ୧୦, ୧୧, ୧୨, ଓ ୧୩ନଂ ୱାର୍ଡ ବାସୀ ପ୍ରଭାବିତ ହେଉଛନ୍ତି ।ଏ ନେଇ ପୌରପାଳିକା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଂଚଳରେ ଜନଅସନ୍ତୋଷ ଲାଗି ରହିଛି ।
Sign in
Sign in
Recover your password.
A password will be e-mailed to you.