ଅସ୍ତରଂଗ/ ଦୁଃଶାସନ ନାୟକ : ପୁରୀ ବନ୍ୟ ପ୍ରାଣୀ ବନଖଣ୍ଡ ଓ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଅଲିଭ ରିଡ଼ଲେ କଇଁଚ ଙ୍କର ସଙ୍ଗମ ଓ ଅଣ୍ଡାଦାନ ପ୍ରକ୍ରିୟା ନେଇ ସମୁଦ୍ର ରେ ମାଛ ଧରିବା ଲାଗି କଟକଣା ଥିବାରୁ ଅସ୍ତରଂଗ ର ଗଙ୍ଗାଦେବି ମୁହାଣ ଠାରୁ ପୁରୀ ପର୍ଯ୍ୟନ୍ତ ସମୁଦ୍ର ରେ ଯନ୍ତ୍ର ଚାଳିତ ଜାନ ଉପରେ କଟକଣା ଲଗା ଯାଇ ଅଛି । କିନ୍ତୁ ଏହି କଟକଣା କୁ ଉଲଂଘନ କରି ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଦୁଇଗୋଟି ଟ୍ରଲର ଯଥା,ଓ ଆର ୦୫ ଏମ ଏମ ,୫୬ ପାର୍ବତୀ ପତି,ଓ ,ଓ ଆର ୦୪ ଏମ ଏମ,୨୨୫ କାଳିଆ ସୁନା ,ନାମକ ଦୁଇ ଗୋଟି ଟ୍ରଲର କୁ ବନବିଭାଗ ପେଟ୍ରୋଲିଙ୍ଗି ଦଳ ସମୁଦ୍ର ରୁ ମାଛ ମାରୁଥିବା ସମୟରେ ଜବତ କରିଥିଲା । ପ୍ରଥମ ଟ୍ରଲର ଟି ନୋ ଫିସିଙ୍ଗି ଜୋନ, ଗଙ୍ଗାଦେବୀ ଠାରୁ ଗୁଣ୍ଡଳବା ଭିତରେ ରାତ୍ର ଆଠ ଘଟିକା ରେ ପେଟ୍ରୋଲିଙ୍ଗି ଦଳ ଜବତ କରିଥିବା ବେଳେ,ଦ୍ୱିତୀୟ ଟ୍ରଲର ଟି ଗୁଣ୍ଡଳବା ଠାରୁ ଚନ୍ଦ୍ରଭାଗା ଭିତରେ ଥିବା ନୋ ଫିଶୀଙ୍ଗି ଜୋନ ରୁ ଜବତ କରା ଯାଇଅଛି । ଏହି ଦୁଇଗୋଟି ଟ୍ରଲର ଜବତ କଲାବେଳେ,ବ୍ରହ୍ମଗିରି ଫରେଷ୍ଟର ମାନସ ରଞ୍ଜନ ବେହେରା,ମୁହାଣ ମୁହଁ ଫରେଷ୍ଟର ବିରଜା ମହାପାତ୍ର,ହରଚଣ୍ଡି ଫରେଷ୍ଟର ପ୍ରସନ୍ନ କୁମାର ପତି ଙ୍କ ସମେତ, ଏ ପି ଆର ଫୋର୍ସ , ପ୍ରୋଟେସ୍କ୍ନନ ସ୍କ୍ୱାର୍ଡ ପେଟ୍ରୋଲିଙ୍ଗି ଦଳରେ ସାମିଲ ଥିଲେ । ଦୁଇ ଗୋଟି ଟ୍ରଲର ସହ, ପ୍ରଥମ ରେ ଥିବା ସାତ ଜଣ , ଓ ଦ୍ୱିତୀୟ ଟ୍ରଲର ରେ ଥିବା ଆଠ ଜଣ ଏହିପରି ପନ୍ଦର ଜଣ ମତ୍ସଜୀବୀ ଙ୍କୁ ଦୁଇଗୋଟି ଟ୍ରଲର ରେ ଥିବା ମାଛ ସହ ଜଙ୍ଗଲ ବିଭାଗ ପେଟ୍ରୋଲିଙ୍ଗ ଦଳ, ମତ୍ସ ବିଭାଗ କୁ ଚନ୍ଦ୍ରଭାଗା ଠାରେ ହସ୍ତାନ୍ତର କରିଅଛି ।
Sign in
Sign in
Recover your password.
A password will be e-mailed to you.
Prev Post