ଛୋଟ ବଡ଼ ଖାଲ ଖମା ରାସ୍ତା ମରାମତି କଲେ ସରପଞ୍ଚ।

0

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ /ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ମୁଖ୍ୟ ରାସ୍ତା ମରାମତି କଲେ ସରପଞ୍ଚ ସଞ୍ଜୟ ନିସିକା । କୁମ୍ଭାରଗୁଡାଠାରୁ ଥେରୁବାଲି ପର୍ଯ୍ୟନ୍ତ ଆରଡି ବିଭାଗ ପକ୍ଷରୁ କରାଯାଇଥିବା ମୁଖ୍ୟ ରାସ୍ତା ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଠାରୁ ମନେଇଗୁଡା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି ।ଏହି ରାସ୍ତା ଦେଇ ଛୋଟ ବଡ଼ ଯାନବାହାନ ସହିତ ଯାତ୍ରୀବାହି ବସ ମଧ୍ୟ ଚଳାଚଳ କରୁଛି ।ଏହି ରାସ୍ତାରେ ଛୋଟ ବଡ଼ ଖାଲ ଖମା ହୋଇଥିବା ଯୋଗୁଁ ଖାଲ ଗୁଡିକରେ ବାଇକ ପଡି ଛୋଟ ବଡ଼ ଦୃର୍ଘଟଣା ଘଟିଛି ।ଏହି ସବୁ ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିଶିକା ଙ୍କ ନଜରକୁ ଆସିବା ପରେ ।ଏହାକୁନେଇ ଆଜି ସରପଞ୍ଚ ସଞ୍ଜୟ ନିସିକା ନିଜେ କାଙ୍କ, କୁଢି ଧରି କିଛି ଗ୍ରାମ ବାସୀ ଯୁବକଙ୍କ ସହାୟତାରେ ଟ୍ରାକ୍ଟର ରେ ମାଟି ଆଣି ରାସ୍ତାରେ ହୋଇଥିବା ଖାଲ ଗୁଡିକରେ ମାଟି ପକାଇ ସମତଳ କରିଥିଲେ ।ଯାହା ଦ୍ୱାରା ଯାନବାହନ ସୁରୁଖୁରୁରେ ଚଳାଚଳ କରିପାରିବ ।ସରପଞ୍ଚଙ୍କ ଏହିଭଳି କାର୍ଯ୍ୟକରିଥିବା ଦେଖି ପଞ୍ଚାୟତ ଓ ବ୍ଲକ ବାସୀ ଙ୍କ ମହଲ ରେ ପ୍ରଶଂସା ର ବାର୍ତ୍ତା ପାଲଟିଛି ।

Leave A Reply

Your email address will not be published.