ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସୋମବାର ସନ୍ଧ୍ୟାରେ ନୟାଗଡ଼ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶକ୍ତିକାନ୍ତ ରାୟ ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିଛନ୍ତି। ପରେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଚତୁଃପାଶ୍ୱ ପରିକ୍ରମା କରି ମନ୍ଦିରର କାରୁକାର୍ଯ୍ୟ ଓ ଐତିହାସିକ ବିଷୟ ସମ୍ପର୍କରେ ଅବଗତ ହୋଇଥିଲେ। ବହୁ ସମୟ ଧରି ମନ୍ଦିର ବେଢ଼ାରେ ବସିରହିବା ସହିତ ଭକ୍ତିରସରେ ମର୍ଜି ରହିଥିବା ଦେଖିବାକୁ ମିଳିଥିଲା। ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ନିର୍ବାହୀ ଅଧିକାରୀଙ୍କୁ ମହାପ୍ରଭୁଙ୍କ ଆଳତୀ ଦର୍ଶନ କରାଇବା ସହିତ ଭୋଗ ପ୍ରସାଦ ପ୍ରଦାନ କରିଥିବା ବେଳେ ବହୁ ପୁରାତନ ଏହି ମନ୍ଦିରକୁ ୫ଟି ଅନ୍ତର୍ଭୁକ୍ତ କରି କିପରି ଏହାର ସୈାନ୍ଦର୍ଯି କରଣ ବୃଦ୍ଧି କରାଯାଇ ପାରିବ ସେନେଇ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ। ଏହି ଗସ୍ତ ସମୟରେ ତହସିଲଦାର ବିଜୟିତା ସାମନ୍ତସିଂହାର, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର ସମେତ ସେବାୟତଗଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.