ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିଶୁମାନଙ୍କ କଲ୍ୟାଣରେ ଉନ୍ନତି ଆଣିବା ଏବଂ ଆନ୍ତର୍ଜାତୀୟ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ମାସ ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳନ କରାଯାଏ।
କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଏବଂ ଆଚାର୍ଯ୍ୟା ମନୋରମା ପତିଙ୍କ ଉଦ୍ୟମରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ବାଳ ସତସଙ୍ଗ ଏବଂ ବିଶ୍ୱ ଶିଶୁ ଦିବସ ଆଭାସୀ ମାଧ୍ୟ୍ୟମରେ ପାଳିତ ହୋଇଯାଇଛି। ପ୍ରଥମେ ଶିଶୁ ପ୍ରଣତି ଓ ପ୍ରଜ୍ୟୋତି ଜଗଦଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଦୈନିକ ପ୍ରାର୍ଥନା କରବା ପରେ ନିମନ୍ତ୍ରିତ ମୁଖ୍ୟ ଅତିଥି ପଣ୍ଡିତ ଅରୁଣ କୁମାର ନାୟକ ପିତାମାତା ଓ ଶିକ୍ଷକମାନେ ପିଲାମାନଙ୍କ ନିଜ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ ସେମାନଙ୍କର ଭୂମିକା ସମ୍ପର୍କକୁ ଗଳ୍ପ ମାଧ୍ୟ୍ୟମରେ ବୁଝାଇଥିଲେ। ଏଥିରେ ବିଭିନ୍ନ ଜିଲ୍ଲାର ଶିଶୁମାନେ ଯୋଗଦେଇ ନିଜର ମନକଥା କହିଥିଲେ।
Sign in
Sign in
Recover your password.
A password will be e-mailed to you.