କନ୍ଧମାଳ : ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଧାମୋହନ ମହାପାତ୍ର । କନ୍ଧମାଳ ଜିଲ୍ଲା ପାଇଁ ତଥା କନ୍ଧମାଳ ଜିଲ୍ଲାର ପ୍ରତିଟି ଜନ ସାଧାରଣଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା କନ୍ଧମାଳର ମଉଡମଣୀ ତଥା କନ୍ଧମାଳ ପିପୁଲସ ଫୋରମ ସଭାପତି, ଯୁବ ସମାଜସେବୀ ,ଦକ୍ଷ ସଂଗଠକ,ବରିଷ୍ଠ ଲେଖକ ତଥା ସାମ୍ବାଦିକ ହେଉଛନ୍ତି ରାଧାମୋହନ ମହାପାତ୍ର। ପୂର୍ବରୁ କନ୍ଧମାଳ ବାସୀଙ୍କ ପ୍ରତିଟି ହକ ପାଇଁ ସ୍ୱର ଉତ୍ତଳନ କରିସାରିଥିବା ରାଧା ମୋହନ ଏବେ ପୁଣିଥରେ ସେଇ କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଇଛନ୍ତି । ନିକଟରେ କନ୍ଧମାଳକୁ ରେଳ ,କନ୍ଧମାଳରେ ମେଡିକାଲ କଲେଜ ଆଦି ପାଇଁ ସ୍ୱର ଉଠାଇ ଦିବାରାତ୍ର ଅହରହ ଉଦ୍ୟମ କରି ବିଭିନ୍ନ ସମୟରେ ରାଜଧାନୀ ଦିଲ୍ଲୀ ଯାଇ ବଡ ବଡ ଅଧିକାରୀଙ୍କୁ ଭେଟି ନିଜର ଦାବି ଉପସ୍ଥାପନା କରିବା ସହ କନ୍ଧମାଳ ବାସୀଙ୍କ ଅସମ୍ଭବ ସ୍ୱପ୍ନକୁ ସାକାର କରି ଦେଖାଇଥିଲେ । ଏବେ ପୁଣିଥରେ ସେଇ କନ୍ଧମାଳ ବାସୀଙ୍କ ଆଉ ଏକ ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଧା ମୋହନ । କନ୍ଧମାଳ ଜିଲ୍ଲାରେ ଜନଜାତି ବିଶ୍ୱବିଦ୍ୟାଳୟ ପାଇଁ ଦିଲ୍ଲୀ ଯାଇ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ଭେଟି ମହାମହିମ ରାଷ୍ଟ୍ରପତିଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଏବଂ ଆଗାମୀ ଦିନରେ କନ୍ଧମାଳରେ ଜନଜାତି ବିଶ୍ୱବିଦ୍ୟାଳୟ ପାଇଁ ପ୍ରୟାସ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ରାଧା ମୋହନ। ତେବେ ଏନେଇ ଦିଲ୍ଲୀରୁ ଫେରିବା ପରେ ଶ୍ରୀଯୁକ୍ତ ରାଧା ମୋହନଙ୍କୁ ସୁଭେଚ୍ଛାର ସୁଅ ଛୁଟୁଛି ।
Sign in
Sign in
Recover your password.
A password will be e-mailed to you.