ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟସ୍ତରୀୟ “ସୁରଭି”-୨୦୨୨ ରେ ଗୁମ୍ମା ବ୍ଲକର ରସିକରାଜପୁର , ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମମିତା କାର୍ଜୀ ମଧ୍ୟାହ୍ନ ଭୋଜନ ହସ୍ତକଳା ପ୍ରତିଯୋଗିତାରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଗଜପତି ଜିଲ୍ଲର ଗୌରବ ବଢ଼ାଇଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନ ତଥା ଜିଲ୍ଲା ପ୍ରଶାସନ ତରଫରୁ ୱାଇ . ଦିଲେଶ୍ୱର ରାଓ ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଖୁସି ଅବସରରେ ଅଭିନନ୍ଦନ କାର୍ଯ୍ୟକ୍ରମରେ କୃତି ଛାତ୍ରୀ ମମିତା କାର୍ଜୀକୁ ବିଦ୍ୟାଳୟ ତରଫରୁ ସମସ୍ତ ବିଦ୍ୟାର୍ଥୀ , ପ୍ରଧାନଶିକ୍ଷକ , ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଓ କର୍ମଚାରୀ ବୃନ୍ଦ ଭବ୍ୟ ସ୍ୱାଗତ କରି ପୁଷ୍ପଗୁଚ୍ଛ ସହ ଉପଢୌକାନ ପ୍ରଦାନ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା କୁମାରୀ ଦଣ୍ଡିଆ ସମସ୍ତ ଉଚ୍ଚ ଶିକ୍ଷା ପଦାଧିକାରୀ ଏବଂ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post