୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଉତ୍ସବ ପାଳନ

0

  ଖୋର୍ଦ୍ଧା/(ରବି ନାରାୟଣ ସାହୁ ଙ୍କ ରିପୋର୍ଟ) ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ଠାରେ ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ର ନବ ନିର୍ବାଚିତ ସଭାପତି ଶ୍ରୀ ଅଭିଷେକ ସିଂ ସାମନ୍ତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମାନ୍ୟବର ବିଧାୟକ ଖୋରଧା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଲେ ଖୋରଧା ଜିଲ୍ଲା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂହ ଏବଂ ଖୋରଧା ପୌରାଧକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି ଓ ସମବାୟ ବ୍ୟଙ୍କ ର ସମସ୍ତ ବ୍ରାଞ୍ଚ ର ସଦସ୍ୟ, ସଭାପତି ଯୋଗ ଦେଇ ଥିଲେ।ସଂମାନୀୟ ଅତିଥିମାନେ ତାଙ୍କ ଅଭିଭାଷଣ ପ୍ରଦାନ କରି କହିଥିଲେ ସମବାୟ ବ୍ୟାଙ୍କ ର କିଭଳି ଭାବରେ ଆଗକୁ ବଢ଼ି ପାରିବ ଲୋକ ମାନଙ୍କ ପାଖକୁ ଯାଇ ସମବାୟ ବ୍ୟାଙ୍କ ର କାର୍ଯ୍ୟ ଧାରା ଉପରେ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ଭଲ କାମ କରିଥିବା ସମବାୟ ବ୍ୟାଙ୍କ ର ଶାଖା ମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.