ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ନଗର ଭବନ ପରିସରରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ଯୁବ ମଞ୍ଚ ଅଭିନେତା ଆଦର୍ଶ ଦାସ ଉପସ୍ଥିତ ଥିଲେ।
ବିଶେଷ କରି ଆଧୁନିକ ନୃତ୍ୟରେ କନିଷ୍ଠ ବିଭାଗ , ଯୁବ ବିଭାଗ , ବରିଷ୍ଠ ବିଭାଗ , ମହିଳା ବିଭାଗରେ ଏକକ , ଦ୍ବୈତ୍ୟ ଓ ଦଳଗତ ଭାବେ ପ୍ରାୟ ୧୨୦ ଜଣ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଗଜପତି , ଗଂଜାମ, ରାୟଗଡ଼ା , ନବରଙ୍ଗପୁର , କେଉଁଝର , ଭବାନୀପାଟଣା ଆଦି ଜିଲ୍ଲାରୁ ଦଳଗତ ଭାଗ ନେଇଥିବା ବେଳେ ଅନେକ ସ୍ଥାନୀୟ କଳାକର ଏକକ ପ୍ରତିଯୋଗୀତାରେ ଯୋଗ ଦେଇଥିଲେ। ନିରପେକ୍ଷ ଓ ସଠିକ୍ ବିଚାର ପାଇଁ କଟକରୁ ଏ. ରାଜେଶ୍ କୁମାର , ଭୁବନେଶ୍ବରରୁ ପ୍ରୀତିଲତା ରାଓ , ବ୍ରହ୍ମପୁରର ଆପନ୍ନା ମହାରଣା ପରି ନୃତ୍ୟ ବିଶାରଦ ମାନେ ବିଚାରକ ଭାବେ ଉପସ୍ଥିତ ଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତି ଓ ବିଷ୍ଣୁ ପ୍ରିୟା ଜେନାଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ସାଇ ସ୍ୱରୂପ ପାଣିଗ୍ରାହୀ ସଂଯୋଜନା କରିଥିଲେ।
ଏହି ପ୍ରତିଯୋଗୀତାରେ ଯେଉଁ ମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେହି ଦଳ ଓ କଳାକାର ମାନେ ନଭେମ୍ବର ୨୭ ତାରିଖ (ରବିବାର) ରେ ହେବାକୁ ଥିବା ମିରାକଲ ନାଇଟ୍-୨୦୨୨ ରେ ପୁରସ୍କୃତ ହେବା ସହ ନିଜର ପ୍ରତିଭା ପ୍ରଦର୍ଶନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.