ପ୍ରଚାର ସାଙ୍ଗକୁ ଶକ୍ତି ବଢାଇବାରେ ଲାଗିଛି ବିଜେଡି

0

ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ପାଖେଇ ଆସୁଛି ମତଦାନ କରିବାର ଦିନ । ଆସନ୍ତା 5 ରେ ଜେବ ମତଦାନ । ଇତି ମଧ୍ୟରେ ଜୋର ଧରିବାରେ ଲାଗିଛି ପ୍ରଚାର । ପ୍ରଚାର ର ସର୍ବାଗ୍ରେ ରହିଛି ବିଜେଡି । ଦଳୀୟ ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ଉପନିର୍ବାଚନ କୁ ସୁନିଶ୍ଚିତ କରିବା ପାଇଁ କଠୋର ପରିଶ୍ରମ କରୁଛନ୍ତି ନେତୃମଣ୍ଡଳୀ ।ଆଜି ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା,ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବା ପାଇଁ ପାଇକମାଳ ପଞ୍ଚାୟତରେ ବିଜେଡି ରାଜ୍ୟ ମହିଳା ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି , ପର୍ଯବେକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ କେଡ଼ିଆ , ଜିଲ୍ଲା ମହିଳା ବିଜୁ ଜନତା ଦକର ଅଧ୍ୟକ୍ଷା ନୀଳ କୁମାରୀ ନାୟକ ଓ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ଙ୍କର ସହିତ ବହୁ ରାଜ୍ୟସ୍ତରୀୟ ତଥା ସ୍ଥାନୀୟ ନେତୃବୃନ୍ଦ,କର୍ମୀଙ୍କୁ ନେଇ ଆୟୋଜିତ କର୍ମୀସଭାରେ ସମ୍ବୋଧିତ କରିବା ସହିତ କର୍ମୀଙ୍କୁ ଘରକୁ ଘର ବୁଲି ସ୍ଥାନୀୟ ମାଟିର ଝିଅ ତଥା ବିଜେଡି ପ୍ରାର୍ଥୀନୀଙ୍କୁ ଏକ ଦୃଷ୍ଟାନ୍ତକରି ଭୋଟ ବ୍ୟବଧାନ ତଥା ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ହେଲେ ସମସ୍ତେ ମିଳିମିଶି ଏକ ସାକରାତ୍ମକ ମନୋଭାବ ନେଇ,ବିଜେଡିର ଜନହିତକାରୀ ସେବାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରିବାକୁ ଉତ୍ସାହିତ ତଥା ନିବେଦନ କରିଥିଲେ । କୋକନରା ଠାରେ ଆୟୋଜିତ ସଭାରେ ପନ୍ଦର ଜଣ ବିଜେପି କର୍ମୀ ବିଜେପି ପରିତ୍ୟାଗ କରି ବିଜେଡ଼ି ରେ ସାମିଲ ହୋଇଥିଲେ ।
ସେହିଭଳି ପାଇକମାଲ ସାଲେପାଲି ସ୍ଥିତ ବିଜୁ ଜନତା ଦଳ ଅଫିସରେ ଆଜି ସନ୍ଧ୍ୟାରେ ମିଠାପାଳି ଗ୍ରାମପଞ୍ଚାୟତ ର 35 ଜଣ ଯୁବକ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ବିଧାୟକ ମହିଧର ରଣା ଙ୍କର ଉପସ୍ଥିତିରେ ପାଇକମାଲ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ଓ ଅନ୍ୟ ନେତା ମାନେ ଆଜି ସାମିଲ ହୋଇଥିବା କର୍ମୀ ମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ , ସମସ୍ତ ଯୁବକ ମାନେ ଜନସାଧାରଣ ଙ୍କର ଉନ୍ନତି ଓ ବିକାଶ ପାଇଁ ସମର୍ପିତ ଭାବରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟପଟେ ପଦ୍ମପୁର ଦଙ୍ଗାଘାଟ ଠାରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହା ଙ୍କର ସହିତ ପ୍ରଚାର କରୁଥିବା ପିପିଲି ବିଧାୟକ ନିଜର ଅଭିଭାଷଣ ର ଶେଷ ପର୍ଯୟରେ କହିଥିଲେ ଯେ ଲଢେଇ ହବ , ଅଲବତ ହେବ ଓ ଏହି ଲଢେଇ ରେ ବିଜୁ ଜନତା ଦକର ବିଜୟ ହେବ । ଯୁବ ମହାରଥୀ ଙ୍କର ଅଭିଭାଷଣ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି ।

Leave A Reply

Your email address will not be published.