ବର୍ଷା ଙ୍କର ପ୍ରତି ବଢ଼ିବାରେ ଲାଗିଛି ଲୋକଙ୍କ ଭରସା

0

ବର୍ଷା ଙ୍କର ପାଇଁ ଗାଁ ଗାଁ ରେ ପ୍ରଚାର ପ୍ରଚାର କରୁଛନ୍ତି ଦଳୀୟ ନେତୃ ମଣ୍ଡଳୀ ।

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ସମୟ ଧୀରେ ଧୀରେ ପାଖେଇ ଆସୁଛି । ଯଦିଓ ସରକାରୀ ସ୍ତରରେ ଉପନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଏ ଯାଏ ଘୋଷଣା ହୋଇ ନାହିଁ ତଥାପି ବର୍ତ୍ତମାନ ପ୍ରଚାର ମୈଦାନ ରେ ସମସ୍ତ ପ୍ରାର୍ଥୀ । ପଦ୍ମପୁର ର ବିଗତ 35 ବର୍ଷର ରାଜନୈତିକ ଇତିହାସ କହୁଛି ଯେ ଏହି ଅବଧି ମଧ୍ୟରେ ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ପାଞ୍ଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହି ଅବଧି ମଧ୍ୟରେ ଥରେ ଶ୍ରୀ ସତ୍ୟଭୂଷଣ ସାହୁ କଂଗ୍ରେସ ରୁ ଓ ଥରେ ଶ୍ରୀ ପ୍ରଦୀପ ପୁରୋହିତ ବିଜେପି ରୁ ପଦ୍ମପୁର କୁ ପ୍ରତିନିଧିତ୍ଵ କରିଛନ୍ତି । ମୋଟ ରେ ଦେଖିବାକୁ ଗଲେ ପଦ୍ମପୁର ବିଜେଡି ର ଏକ ମଜବୁତ ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୀର୍ଘ ଦିନର ଶାରୀରିକ ଅସୁସ୍ଥତା ପରେ ବିଜୟ ବାବୁ ଙ୍କର ଦେହାନ୍ତ ନିହାତି ଭାବରେ ତାଙ୍କର ପରିବାର , ସମ୍ମର୍ଥକ ଙ୍କ ମନରେ ଦୁଃଖ ଆଣିଦେଇଛି । ତାଙ୍କର ଦେହାନ୍ତ ପରେ ବର୍ତ୍ତମାନ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ଉପନିର୍ବାଚନ ରେ ବିଜୟ ବାବୁ ଙ୍କର ସୁପୁତ୍ରୀ ବର୍ଷା ରାଣୀ ସିଂ ବରିହା ଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିବା ପରେ ଲୋକ , ମୁଖ୍ୟତଃ ମହିଳା ମାନେ ଅତ୍ୟନ୍ତ ଆନନ୍ଦିତ । କାରଣ ପ୍ରଥମ ଥର ପାଇଁ ଜଣେ ଉଚ୍ଚ ଶିକ୍ଷିତ ଆଦିବାସୀ ମହିଳା ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ନାମଙ୍କନ ଦାଖଲ ପରେ ବର୍ଷା ଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ପ୍ରଚାର ପାଇଁ ସେ ଯୁଆଡେ ବି ଯାଉଛନ୍ତି ତାଙ୍କ ପଛରେ ସ୍ୱତଃ ପ୍ରବୃତ୍ତ ଭାବରେ ମାଁ ଓ ଭଉଣୀ ମାନେ ବାହାରି ପଡିଛନ୍ତି । ବିଜୟ ବାବୁ ଙ୍କୁ ଲୋକେ ଯେମିତି ଆଦର ଓ ସମ୍ମାନ ଦେଉଥିଲେ ବର୍ଷା ଙ୍କୁ ମଧ୍ୟ ସେହିଭଳି ଆଦର ଓ ଆଶୀର୍ବାଦ ମିଳୁଛି ।
ଅନ୍ୟପଟେ ବର୍ଷା ଙ୍କର ଭଳି ଜଣେ ଉଚ୍ଚ ଶିକ୍ଷିତ ଯୁବ ପ୍ରାର୍ଥୀ ଙ୍କୁ ବିଜୟୀ କରେଇବା ପାଇଁ ବିଜୁ ଜନତା ଦଳର କର୍ମୀ ଓ ନେତା ମାନେ ଲାଗିପଡି ପ୍ରଚାର କରୁଛନ୍ତି । ନେତୃ ମଣ୍ଡଳୀ ଗାଁ ଗାଁ ରେ ପହଂଛି ଲୋକଙ୍କୁ ନବୀନ ପଟ୍ଟନାୟକ ଙ୍କର ତଥ ଓଡ଼ିଶା ସରକାର ଙ୍କର ସଫଳତା ବୟାନ କରିବା ସହିତ ବର୍ଷା ଙ୍କର ବାବଦରେ ମଧ୍ୟ ଲୋକଙ୍କୁ କହୁଛନ୍ତି ।

ଏହି କ୍ରମରେ ଆଜି ପାଇକମାଲ ଯୋନ 1 ର ବରତୁଣ୍ଡା ପଞ୍ଚାୟତ ରେ ଉଠା ଜଳସେଚନ ନିଗମ ର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି ବରତୁଣ୍ଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ବୁଲି ନିଜର ଦଳୀୟ ପ୍ରାର୍ଥୀ ଙ୍କର ସପକ୍ଷରେ ପ୍ରଚାର କରିଥିଲେ । ନୂଆଁଡ଼ିହି ଗ୍ରାମରେ ମହିଳା ମାନଙ୍କ ସହିତ ଚର୍ଚ୍ଚା କରିବା ସମୟରେ ଶ୍ରୀ ପତ୍ରି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ସବୁ ବେଳେ ସଫଳ ପ୍ରୟାସ କରିଛନ୍ତି । ଦେଶରେ ମହିଳା ମାନଙ୍କ ବିକାଶ ପାଇଁ ଆମ ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ପ୍ରଥମେ ସ୍ୱୟଂ ସହାୟକ ଗୋଷ୍ଠୀ କରାଯାଇଥିଲା । ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ରାଜ୍ୟ ମାନେ ଅନୁକରଣ କରିଥିଲେ । ଆଜି ଓଡ଼ିଶାର ମାଁ ମାନଙ୍କୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାର ମହିଳା ମାନଙ୍କୁ ପଞ୍ଚାୟତ ନିର୍ବାଚନ ରେ ପଚାଶ ପ୍ରତିଶତ ର ସଂରକ୍ଷଣ ପ୍ରଦାନ କରିଛନ୍ତି ଯାହାକି ରାଜ୍ୟରେ ମହିଳା ସସକ୍ତି କାରଣ ର ଏକ ସଫଳ ପ୍ରୟାସ । ଏବେ ଜଣେ ଉଚ୍ଚ ଶିକ୍ଷିତ ମହିଳା ଙ୍କୁ ପଦ୍ମପୁର ଆସନ ପାଇଁ ପ୍ରାର୍ଥୀ କରି ମୁଖ୍ୟମନ୍ତ୍ରୀ ଅଞ୍ଚଳର ମହିଳା ମାନଙ୍କ ବିକାଶ ପାଇଁ ଆହୁରି ଏକ ପ୍ରୟାସ କରିଛନ୍ତି। ତେଣୁ ବର୍ଷା ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ବର୍ଷା ଙ୍କୁ ବିଜୟୀ କରେଇବା ପାଇଁ ମାଁ ମାନଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.