ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗଙ୍କ ପାଇଁସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି 

0 1

ଗାଇସିଲେଟ/ଶାସକ ପ୍ରଶାସକ : ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି, ଦିବ୍ୟାଙ୍ଗଙ୍କ ପାଇଁ ଶିକ୍ଷା ସହାୟକରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ,  ଆରସିଆଇ ରେଜିଷ୍ଟ୍ରେସନ ନକରି ଭିନ୍ନକ୍ଷମ ପିଲାମାନଙ୍କୁ ପାଠ ପଢାଉଥିବା ଶିକ୍ଷକ ପ୍ରତି କାର୍ଯ୍ୟାନୁଷ୍ଠାନ ସର୍ବୋପରି  ଚାକିରି କରିବାର  ସର୍ବନିମ୍ନ ବୟସସୀମା  ୪୨ ବର୍ଷକୁ ବ୍ରୁଦ୍ଧି କରିବା ପାଇଁ  ଓଡିଶା ସ୍ପେଶିଆଲ ଏଜୁକେଟର ଫେଡେରସନ ଫର ଦିବ୍ୟାଙ୍ଗ ସଂଘ ତରଫରୁ ଦାବି କରାଯାଇଛି।  ଏହି ଦାବି ସମ୍ବଳିତ ସ୍ମାରକପତ୍ର ସ୍ଥାନୀୟ ବିଧାୟିକା ଶ୍ରୀମତୀ ରିତା ସାହୁଙ୍କୁ  ଭେଟି ସଂଘ ପକ୍ଷରୁ ପ୍ରଦାନ କରାଯାଇଛି |  ବିଜେପୁର ନିର୍ବାଚନ ମଣ୍ଡଳୀର କେଦାର ନାଥ ସାହୁ,ରାମାକାନ୍ତ ସାହୁ,ମଣ୍ଟୁ ସାହୁ, ଓମପ୍ରକାଶ ସାହୁ,ମାନସରଞ୍ଜନ ସାହୁ ପ୍ରମୁଖ ସ୍ପେଶିଆଲ ଏଜୁକେଟର ବିଧାୟିକାଙ୍କୁ ଭେଟି ଦାବି ସମ୍ପର୍କରେ ଅବଗତ କରାଇଛନ୍ତି |  ପ୍ରତିକ୍ରିୟାରେ ଶ୍ରୀମତୀ ସାହୁ ଏ ବିଷୟରେ ବିଭାଗୀୟ ମନ୍ତ୍ରୀଙ୍କୁ ଜଣେଇବେ ବୋଲି ଉତ୍ତର ରଖିଛନ୍ତି।

Leave A Reply

Your email address will not be published.