ଶ୍ରୀ ଶ୍ରୀ ବାବା ଗ୍ରାମେଶ୍ବର ଦେବ ଓ ମା ରାମଚଣ୍ଡୀ ଦେବୀଙ୍କ ଚାରିଦିନ ବ୍ୟାପି ବିଶ୍ୱ ଶାନ୍ତି ମହାଯଜ୍ଞ

0

ବାଣପୁର/ଖୋର୍ଦ୍ଧ(ସେକ୍ କୌଶର ):-ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଘାସଡିହ ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଭାଟପଡା ଅଂଚଳର ସୀମାଠାକୁର ଶ୍ରୀ ଶ୍ରୀ ବାବା ଗ୍ରାମେଶ୍ବର ଦେବ,ମା ରାମଚଣ୍ଡୀ ଦେବୀଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ ମହୋତ୍ସବ ରୀତି ନୀତି ଅନୁସାରେ ପନ୍ଦର ତାରିଖ ଠାରୁ ଅଠର ତାରିଖ ଯାଏ ଚାରିଦିନ ବ୍ୟାପି ଧୁମ୍ ଧାମରେ ପାଳିତ ହୋଇଥିଲା । ବିଗତ ଦୁଇ ବର୍ଷର କୋଭିଡ କଟକଣାରେ ବହୁ ପ୍ରତୀକ୍ଷିତ ମା ରାମଚଣ୍ଡୀ ଦେବୀଙ୍କ ରୋକ ଲାଗିଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ବରରେ ରୀତି ନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିବସରେ ଅଙ୍କୁରୋପଣ ହୋଇଥିଲା। ବୁଧବାରେ କର୍ମାରମ୍ଭ, କଳସ ଯାତ୍ରା, ଗୁରବାରେ ଆହୁତି ପ୍ରଦାନ, ଶୁକ୍ରବାରେ ପୂର୍ଣ୍ଣା ହୂତି ଓ ପ୍ରସାଦ ସେବନ ହୋଇଥିଲା,।ଶତାଧିକ ଜନସମାଗମ କୁ ଦୃଷ୍ଟିରେ ରଖି ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।କମିଟି ପକ୍ଷରୁ ପରିଚାଳନା କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଘାସଡିହ ର ସମସ୍ତ ଗ୍ରାମବାସୀମାନେ ପୂର୍ଣ ମାତ୍ରାରେ ସହଯୋଗ କରିଥିଲେ।

Leave A Reply

Your email address will not be published.