ଭଞ୍ଜନଗର : ଗଣତନ୍ତ୍ରର ସୁରକ୍ଷା ଦିଗରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାର କୌଣସି ବିକଳ୍ପ ନାହିଁ । ସାମ୍ବିଧାନିକ ପରିଚୟ ନଥିବା ସତ୍ତ୍ୱେ ସାମ୍ବାଦିକ ସମାଜର ପଥପ୍ରଦର୍ଶକ ହୋଇ ରହିଛି। ଭାରତରେ ଆଧୁନିକ ସାମ୍ବାଦିକତାର ବିକାଶ, ବର୍ତମାନର ସ୍ଥିତି, ସୁସ୍ଥ ସାମ୍ବାଦିକତାର ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହ ତଥ୍ୟଭିତ୍ତିକ ଖବର ପ୍ରକାଶ କରିବା ଓ ଲୋକଙ୍କ ସମସ୍ୟା, ପ୍ରସଙ୍ଗକୁ ସରକାରଙ୍କ ନିକଟରେ ନିରପେକ୍ଷ ଭାବେ ଯଥାବତ୍ ଉପସ୍ଥାପିତ କରିବା ଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ଓ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଟାଉନ୍ହଲ୍ ଠାରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏନ୍.ଏ.ସି. ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ତହସିଲଦାସର ଅଚ୍ୟୁତାନନ୍ଦ ଜାନି, ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀ, ପୂର୍ବତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, କବି ପ୍ରଶାନ୍ତ ମହାନ୍ତି, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଘ ସଭାପତି ପ୍ରଦୀପ କୁମାର ସ୍ୱାଇଁ ଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ବିଶ୍ୱମ୍ଭର ଜେନା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ପୂର୍ବତନ ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ। । ସଂଘର ନୂତନ କର୍ମକର୍ତ୍ତା ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ଅମେରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ସହ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ସାହୁ,ବ୍ଲକ ସଂଯୋଜକ ପୁରୁଷୋତ୍ତମ ମହାପାତ୍ର ଏବଂ ସମସ୍ତ ସଦସ୍ୟମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅଞ୍ଚଳର ବରିଷ୍ଠ ସାମ୍ବାଦିକ
ଲୋକନାଥ କର,ରବୀନ୍ଦ୍ର କୁମାର ପାତ୍ର, ପ୍ରମୋଦ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅରକ୍ଷିତ ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। କାଯ୍ୟକ୍ରମ ପୂର୍ବରୁ ‘ସମାଜରେ ସାମ୍ବାଦିକତାର ଆବଶ୍ୟକତା’ ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ‘ଚତୁର୍ଥସ୍ତମ୍ଭ’ ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିଲା । ସମସ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ଅଧ୍ୟାପକ ଡ଼. ଗୁରୁମୂର୍ତ୍ତି ନାୟକ, ସାହିତ୍ୟିକ ପ୍ରଭାତ ଆଚାର୍ଯ୍ୟ, ବିମ୍ବାଧର ଷଡ଼ଙ୍ଗୀ, ସଂସ୍କୃତିରତ୍ନ ନାରାୟଣ ମହାରଣା, ଲୋକ ସଂସ୍କୃତି ଗବେଷକ ଜଗଦୀଶ ପାଣିଗ୍ରାହୀ ଯୋଗ ଦେଇଥିଲେ।। ସଭା ସମାପ୍ତି ପରେ ଦଳଗତ ଦେଶଭକ୍ତି ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ ପ୍ରଦାନ କରିଥିଲେ । ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ସହ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ସାହୁ, ଜୟକୃଷ୍ଣ ପଟ୍ଟନାୟକ,ନିଲୁ ବିଷୋୟୀ,ଭବାନୀ ପାଳ, ସୁଜିତ ବିଷୋୟୀ, ଉଦୟ ପଣ୍ଡା, ଧନଞ୍ଜୟ ପଟ୍ଟନାୟକ, ସମୀର ମହାପାତ୍ର, ସନ୍ତୋଷ ପ୍ରଧାନ, ରଞ୍ଜିତ ଜେନା,ପପୁ ପ୍ରଧାନ, ଦୀପକ ମହାନ୍ତି ,ଶିଵ ଶଙ୍କର ପ୍ରଧାନ,ଆଦିତ୍ୟ ପ୍ରଧାନ,ଆଶିଷ ଗୌଡ଼,ଗୋବିନ୍ଦ ଚନ୍ଦ୍ର ଗୌଡ଼,ଦୁଷ୍ମନ୍ତ ପ୍ରଧାନ,ସନ୍ତୋଷ ପ୍ରଧାନ,ଜଗନ୍ନାଥ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post