ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଆଜି ସନ୍ଧ୍ୟାରେ ଗଜପତି ଉତ୍ସବ -୨୨ ସ୍ମରଣିକା କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସ୍ମରଣିକା ଉପଯୋଗୀ ଗଜପତିର ସାରସ୍ଵତ , ସାଂସ୍କୃତିକ , ଐତିହ୍ୟ , ଶିଳ୍ପ , କଳା , ଭାସ୍କଯ୍ୟ , ଲୋକ କଥା , ଲୋକନୃତ୍ୟ ଗୀତ , ବିଲୁପ୍ତ ଓ ପ୍ରଚଳିତ ହସ୍ତ କଳା , ପର୍ଯ୍ୟଟନସ୍ଥଳୀ , ପ୍ରାକୃତିକ ବିଭବ , ଅନାଲୋଚିତ ପ୍ରତିଭା , ଦିବଙ୍ଗତ ଓ ଆୟୁଷମାନ୍ ପ୍ରତିଭାଧର ମାନଙ୍କର ସମ୍ପର୍କିତ ଲେଖା ପ୍ରଭୃତି ଆସନ୍ତା ମାସ ତା.୦୫.୧୨.୨୨ରିଖ ସୁଦ୍ଧା ସ୍ମରଣିକା କମିଟିରେ ପହଞ୍ଚିବା ଜରୁରୀ। ନିର୍ଦ୍ଧାରିତ ସମୟପରେ ଲେଖା ଗ୍ରହଣ କରାଯିବ ନାହିଁ।
ଲେଖକ ଲେଖିକାଙ୍କୁ ଅନୁରୋଧ ଲେଖା ଗୁଡ଼ିକର ମୌଳିକତା ପ୍ରତି ଧ୍ୟାନ ଦେବେ। ଓଡ଼ିଆ ଏବଂ ଲେଖା ଇଂରାଜୀ ଗ୍ରହଣୀୟ।
ବୈଠକରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଡେପୁଟି କଲେକ୍ଟର କିରଣ କୁମାର ମହାନ୍ତି , ଡ. ବିଧୂତ ମିଶ୍ର , ବିନୋଦ ଚନ୍ଦ୍ର ଜେନା , ଡ.ଅଜୟ ତ୍ରିପାଠୀ , ଡ.କଲ୍ୟାଣୀ ମିଶ୍ର , ଡ.ଚନ୍ଦ୍ର ଶେଖର ଦାସ ଯୋଗଦାନ କରିଥିଲେ। ଚଳିତ ୨୩.୧୧.୨୨ ସଂଧ୍ୟା ୫.୩୦ ଠାରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ କମିଟିର ସଦସ୍ୟ ଗଣ ଯୋଗଦାନ କରି ଲେଖା ଗୁଡ଼ିକର ନିର୍ବାଚନ ଓ ସଂଶୋଧନ କରିବା ପାଇଁ ଏକାଠି ହେବେ। ଶେଷରେ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.