ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳଖେମୁଣ୍ଡି ସଦର ମହକୁମାର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହାସମାରୋହରେ ବୁଧବାର ଦିନ ପାଳିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଜପତି ଜିଲ୍ଲାର ସାମ୍ବାଦିକଗଣ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଖବର ସଂଗ୍ରହ କରୁଛନ୍ତି ଓ ଯେଉଁଭଳି ଭାବରେ ଖରା , ବର୍ଷା ଓ ଶୀତକୁ ଖାତିର୍ ନକରି କାର୍ଯ୍ୟକରି ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିବା ହେତୁ ସମସ୍ତଙ୍କୁ ପ୍ରଶଂସାର ପାତ୍ର। ଏ ଦିଗରେ ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ।
ଏହି ଉପଲକ୍ଷେ “ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ , ଅତିରିକ୍ତ ଜିଲ୍ଲାପାଳ
ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଲଳିତ କୁମାର କହଁର ଓ ମୁଖ୍ୟବକ୍ତା ଭାବରେ ଶ୍ରୀ ଡିଜେନ୍ଦ୍ରନାଥ ପାଢ଼ୀ , ବରିଷ୍ଟ ସାମ୍ୱାଦିକ ଇଣ୍ଡିଆନ୍ ଏକ୍ସପ୍ରେସ, ଶ୍ରୀ ଗରୁଡ଼ଧ୍ଵଜ ଚୌଧୁରୀ ବରିଷ୍ଟ ସାମ୍ୱାଦିକ ସଭା ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ଜାତୀୟ ପ୍ରେସ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ମୁଖ୍ୟବକ୍ତା ଶ୍ରୀ ଡିଜେନ୍ଦ୍ରନାଥ ପାଢ଼ୀ ଗଣ ମାଧ୍ୟମ ପ୍ରତିନିଧିଙ୍କ ଖବର ସଂଗ୍ରହ ସମୟରେ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ବିଷଦ୍ ଆଲୋଚନା କରିଥିଲେ।
ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ଅଭିଭାଷଣ ରଖିଥିଲେ ତଥା ବସନ୍ତ ପଣ୍ଡା , ସରୋଜ ବିର , ତାରିଣୀ ପଣ୍ଡା , ଦିଲ୍ଲୀପ କୁମାର ଶତପଥୀ , ରୁପେଶ କୁମାର ସାହୁ , ଆଦର୍ଶ ଦାସ ପ୍ରମୁଖ ଆଲୋଚନାଚକ୍ରରେ ଭାଗ ନେଇଥିଲେ।
ଏହି ଆଲୋଚନା ଚକ୍ରରେ ଡିସିପିଓ , ଅରୁଣ କୁମାର ତ୍ରିପାଠୀ , ଶ୍ରୀକାନ୍ତ ମହାରଣା , ବିବେକାନନ୍ଦ ବେହେରା , ଗଣେଶ କୁମାର ରାଜୁ , ଶିଶିର ଗୌଡ଼ , ବାଳକୃଷ୍ଣ ପାଣିଗ୍ରାହୀ , ଶିବାଜୀ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ଆଦର୍ଶ ଦାସ ଓଟିଭିର ଜିଲ୍ଲା ପ୍ରତିନିଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post