ନାମଙ୍କନ ଦାଖଲ କଲେ ବର୍ଷା

0 2

“ପଦ୍ମପୁରବାସୀ ବାପାଙ୍କ ଭଳି ମତେ ମଧ୍ୟ ଆଶୀର୍ବାଦ କରିବେ”

ପଦ୍ମପୁର ର ବିକାଶ ମୋର ପ୍ରାଥମିକତା ରହିବ :- ବର୍ଷା

ବରଗଡ :- ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ନାମଙ୍କନ ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସ୍ବର୍ଗତ ବିଧାୟକ ତଥା ପାଞ୍ଚ ଥର ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିତ୍ୱ କରିଥିବା ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ ବର୍ଷା ରାଣୀ ସିଂ ବାରିହା ନିଜର ପ୍ରାର୍ଥୀ ପତ୍ର , ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବର୍ଷା ଙ୍କର ସହିତ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ମନ୍ତ୍ରୀ ଶ୍ରୀମତୀ ରିତା ସାହୁ , ବିଧାୟିକା ଅଳକା ମହାନ୍ତି. ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପଦ୍ମପୁର ବାସୀ ଯେମିତି ମୋର ବାପାଙ୍କ ଆଶୀର୍ବାଦ କଲେ ମତେ ମଧ୍ୟ ଆଶୀର୍ବାଦ କରିବେ । ପଦ୍ମପୁର ର ବିକାଶ ଓ ଉନ୍ନତି ମୋର ପ୍ରାଥମିକତା ରହିବ । ଦଳ ମତେ ପ୍ରାର୍ଥୀ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଉଛି ବୋଲି ବର୍ଷା କହିଛନ୍ତି ।

Leave A Reply

Your email address will not be published.