ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳ ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୧ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଶ୍ରୀ କିରଣ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅନୁଷ୍ଠାନର ସଭାପତି ବିଜୟ ମୁନି , ସଂପାଦକ ଗୌରହରି ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଅରବିନ୍ଦ ଦାସ ସଭାପତିତ୍ବ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ବାରା ନିର୍ବାଚିତ ନିଜସ୍ୱ ମନ୍ତ୍ରୀ ମଣ୍ଡଳ ମଧ୍ୟ ମଞ୍ଚାସୀନ ଥିଲେ।
ପ୍ରାରମ୍ଭିକ ସଭାରେ ପୂର୍ଣ୍ଣାଙ୍ଗ ଶିକ୍ଷାରେ ଶ୍ରୀ ଅରବିନ୍ଦ ଓ ଶ୍ରୀମା ଙ୍କ ଦିବ୍ୟ ଚେତନା ଓ ଶିକ୍ଷାକେନ୍ଦ୍ରର ବିଭିନ୍ନ ବିଷୟ ନେଇ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ। ପରେ ବିଭିନ୍ନ ଉଲ୍ଲେଖନୀୟ ସଫଳତା ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଥିଲା।
ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନେ ସଙ୍ଗୀତ , ସମ୍ବଲପୁରୀ ନୃତ୍ୟ , ଢେମସା ଓ ଆଧୁନିକ ନୃତ୍ୟ , ନାଟକ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ , ସଦସ୍ୟ , ପୁରାତନ ଛାତ୍ର ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.