ଜନ୍ମ ଜୟନ୍ତୀରେ ପଣ୍ଡିତ ଜବାହରଲାଲ ନେହେରଙ୍କୁ ଶ୍ରଦ୍ଧାଞ୍ଜଳି

0 3

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ସଭାପତିତ୍ବରେ ପାଳନ ହୋଇଯାଇଛି। ସଭାପତି ଶ୍ରୀ ବାରିକ ପଣ୍ତିତ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ବାଧୀନତା ଆନ୍ଦୋଳନରେ ଓ ସ୍ବାଧୀନ ଭାରତର ନିର୍ମାଣରେ ପଣ୍ଡିତ ନେହେରୁଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ।
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଦେଶ କଂଗ୍ରେସ ସମ୍ପାଦକ ତଥା ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ ଯୋଗଦେଇ ସ୍ମୃତି ଚାରଣ କରି ମହାନ୍ ଦେଶପ୍ରେମୀ, ସ୍ବାଧୀନତା ସଂଗ୍ରାମୀ ତଥା ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏକ ଗଣତାନ୍ତ୍ରିକ, ପ୍ରଗତିଶୀଳ ଏବଂ ଆଧୁନିକ ଭାରତ ଗଠନରେ ତାଙ୍କର ଅବଦାନ ପାଇଁ ସେ ଅମର ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ।ଶିଶୁ ମାନଙ୍କୁ ଅତ୍ୟନ୍ତ ଭଲ ପାଉଥିବାରୁ ତାଙ୍କ ଜନ୍ମ ଦିବସକୁ ପାଳନ କରାଯାଉଥିବା ବିଷୟରେ ଉଲ୍ଲେଖ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଏଥିରେ ଜିଲ୍ଲା କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଡ଼ଃ ଜଗଦାନନ୍ଦ ବେହେରା, ପାରିଷଦ ଜଗଦାନନ୍ଦ ପଢିହାରୀ, ବରିଷ୍ଠ ନେତା ପ୍ରସନ୍ନ କୁମାର ସାମନ୍ତରାୟ, ନାରାୟଣ ନାୟକ, ରତ୍ନାକର ବିଶ୍ବାଳ, ଅତୁଲ୍ୟ ବିଶ୍ବାଳ, ପୂର୍ବତନ ସମିତି ସଭ୍ୟ ଅଞ୍ଜନ ମହାନ୍ତି, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଲିପୁ ମହାନ୍ତି, ଯୁବନେତା ଦାସରଥୀ ସ୍ବାଇଁ, ରଘୁନାଥପୁର ବ୍ଲକ କଂଗ୍ରେସ ଉପ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ଛାତ୍ର କଂଗ୍ରେସ ସଭାପତି ଅଭିଷେକ ବଳ, ରାକେଶ ସ୍ବାଇଁ,ସାଇ ପ୍ରଭଞ୍ଜନ ମହାପାତ୍ର, ସ୍ମୃତି ରଞ୍ଜନ ବରାଳ, ସୁଦର୍ଶନ ବେହେରା, ସୁବାସ ଚନ୍ଦା, ରମେଶ ବିଶ୍ଵାଳ,ଦିପକ ସାହୁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.