ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜନାର୍ଦ୍ଦନ ମେମୋରିଆଲ ଟ୍ରଷ୍ଟ ଭୁବନେଶ୍ୱର ଓ ପ୍ରଫୁଲ୍ଲ ପାଠାଗାର ପୁରୁଣାଗଡ଼ ମିଳିତ ଆୟୋଜନରେ ଶ୍ରୀମତୀ ଦେଵୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟସ୍ତରୀୟ ଡ୍ରାମା ପ୍ରତିଯୋଗିତାର ଶୁଭ ଉଦଘାଟନ ପଞ୍ଚାୟତ ସମିତି ଅଧ୍ୟକ୍ଷା କନକପ୍ରଭା ଲେଙ୍କା ଓ ଖଇରଙ୍ଗ ଗ୍ରାମ ପଂଚାୟତର ସରପଞ୍ଚ ଲିପକ୍ କୁମାର ସାହୁ, ଟ୍ରଷ୍ଟର ଚେୟାରମ୍ୟାନ ଅଶୋକ କୁମାର ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ୬ଟି ଉଚ୍ଚ ବିଦ୍ୟାଳୟ ଯଥା – ଅଲଣାହାଟ ଉଚ୍ଚ ବିଦ୍ୟାଳୟ, ଆର୍ତ୍ତତ୍ରାଣ ବିଦ୍ୟାପୀଠ, ଗଜରାଜପୁର, ରଥ ଉଚ୍ଚ ବିଦ୍ୟାପୀଠ, ମହିରା, ରସଲପୁର ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ, ଜୋତ ଓ ବୀଣାପାଣି ଉଚ୍ଚ ବିଦ୍ୟାଳୟ, ଓଡିଶାଗଡ଼ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l ବିଚାରକଭାବେ ନାଟ୍ୟକାର କୈଳାସ ଚନ୍ଦ୍ର ମଲ୍ଲିକ, ଅଶୋକ କୁମାର ଜେନା, ଶରତ କୁମାର ମହାରଣା ଯୋଗଦେଇ ଶ୍ରେଷ୍ଠ ହାସ୍ୟ ଅଭିନେତା ଜ୍ୟୋତିରଞ୍ଜନ ବେହେରା, ଆଶିଷ ମନ୍ଥନ, ଶ୍ରେଷ୍ଠହାସ୍ୟ ଅଭିନେତା ବିଶ୍ୱଜିତ ବେହେରା, ସ୍ୱତନ୍ତ୍ର ଚରିତ୍ରରେ ଆଦିତ୍ୟ କୁମାର ମହାରଣା, ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପାର୍ଶ୍ଵ ଅଭିନେତ୍ରୀ ଚିନ୍ମୟୀ ଓଝା, ଶ୍ରେଷ୍ଠ ନାଟକ -“କର୍ତ୍ତବ୍ୟ ଶ୍ରେଷ୍ଠ ନିର୍ଦ୍ଧେଶିକା-ଶିକ୍ଷୟିତ୍ରୀ ଶୁଚିସ୍ମିତା ସ୍ୱାଇଁ, ରସଲପୁର ଉଚ୍ଚ ବିଦ୍ୟାଳୟଙ୍କୁ ଚୟନ କରିଥିଲେ l ଉଦଯାପନୀ ଉତ୍ସବରେ ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ପାଠାଗାରର ମୁଖ୍ୟ ଉପଦେଷ୍ଟା ପ୍ରସନ୍ନ କୁମାର ଦାଶ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଆୟୋଜିତ ସଭାରେ ସଭାପତି ରବୀନ୍ଦ୍ରନାଥ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ l ଉପଦେଷ୍ଟା ବିଜୟକୁମାର ପତି ସଂଯୋଜନା କରିଥିବାବେଳେ ବଂଶୀଧର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପାଠାଗାର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ, ନିରଞ୍ଜନ ଦାଶ, ରଶ୍ମିରଂଜନ ଆଚାର୍ଯ୍ୟ, ଦୀପ୍ତି ରଂଜନ ଦାଶ, ସଂଜୟ ସାମନ୍ତ ସିଂହାର, ଅଞ୍ଜନ କୁମାର ଜେନା, ସୁକାନ୍ତ ଲେଙ୍କା, ଅମିତାଭ ଜେନା, ମନୋଜ ଆଚାର୍ଯ୍ୟ, ଅଜୟ କୁମାର ପତି, ପ୍ରକାଶ ଚନ୍ଦ୍ର ଓ ଆଶ୍ରମପାଟଣା ଭଲି ୟୁନିୟନର ସ୍ବେଛାସେବୀମାନେ ସୁପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରଛାତ୍ରୀ, ଜନସାଧାରଣ ଯୋଗ ଦେଇ ଡ୍ରାମା ପ୍ରତିଯୋଗିତାକୁ ଉପଭୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.