ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହେଣ୍ଡସ୍ ଫର୍ ଆନିମାଲ୍ ଏବଂ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ ଗୁଡିକ ପକ୍ଷରୁ ଗୋଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏନେଇ ଉଭୟ ସଂଗଠନ ପକ୍ଷରୁ ମିଳିତ ଭାବେ ସହରର ବିଭିନ୍ନ ସ୍ଥାନକୁ ଯାଇ ବୁଲା ଗାଇଗରୁଙ୍କୁ ଗୋଖାଦ୍ୟ ବଣ୍ଟନ କରିଥିଲେ। ହେଣ୍ଡସ୍ ଫର୍ ଆନିମାଲ୍ ପକ୍ଷରୁ ଜିଲ୍ଲା ଅଧ୍ୟକ୍ଷା ବିଭୁଦତ୍ତା ପଣ୍ଡା ଏବଂ ଚନ୍ଦ୍ରଶେଖର ଏବଂ ଆନ୍ତର୍ଜାତୀୟ ମାବାଧିକାର ରକ୍ଷକ ସଂଗଠନର ଗଜପତି ଶାଖାର
ସଭାନେତ୍ରୀ ତନୁଜା ଶତପଥି ଏବଂ ସଭାପତି କୌଳାସ ଗୌଡ , ହରିମୋହନ ପଟ୍ଟନାୟକ ପ୍ରମୁଖଙ୍କ ସହ ଉଭୟ ସଂଗଠନର ବହୁ କର୍ମକର୍ତ୍ତାମାନେ ଯୋଗଦେଇ ସହରର ବୁଲା ଗାଇଗରୁଙ୍କୁ ପନିପରିବା , ଗୋଖାଦ୍ୟ ଆଦି ବଣ୍ଟନ କରିଥିଲେ। ଏହା ସହ ଗାଇଗରୁ ତଥା ପଶୁପକ୍ଷୀଙ୍କ ସେବା, ଖାଦ୍ୟ ଦେବା ଆଦିକୁ ନେଇ ସଚେତନତା କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post