ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଜିଲ୍ଲାସଂଘ ତରଫରୁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ ପକ୍ଷରୁ ଚାକିରି ନିୟମିତ କରିବା ଦାବୀ ନେଇ ଜିଲ୍ଲା ସଂଘ ସଭାପତି ଶ୍ରୀ ଏମ୍ .ଖଗେଶ୍ବର ରାଓଙ୍କ ନେତୃତ୍ୱରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି।
ଠିକା କର୍ମଚାରୀ ସଂଘ ପକ୍ଷରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ସଂପର୍କରେ ଅଭିଯୋଗ କରି କୁହାଯାଇଛି ଯେ , ସେମାନେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡ଼ସ୍ ସୋସାଇଟି ଅଧିନରେ ନିରବଚ୍ଛିନ୍ନ ଭାବେ ସେବା କାର୍ଯ୍ୟ କରି ଆସୁଛନ୍ତି।
ଆମର ନ୍ୟାର୍ଯ୍ୟ ଦାବୀ ପ୍ରତି ସରକାରଙ୍କୁ ବିଭିନ୍ନ ସମୟରେ ବହୁବାର ଦାବୀ ଜଣାଇ ଆସୁଥିଲେ ହେଁ ସରକାର ସମାଧାନ ତଥା ଦାବୀ ପୂରଣ ଦିଗରେ କୌଣସି କର୍ଣ୍ଣପାତ କରୁନାହାନ୍ତି।
ସରକାର ଆମର ନ୍ୟାର୍ଯ୍ୟ ଦାବି ପୂରଣ କରିବା ଦିଗରେ ସମ୍ପୂର୍ଣ୍ଣ ଭାବେ ଉଦାସୀନତା ଓ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି।
ଏଇ ନିକଟରେ ରାଜ୍ୟ ସରକାର , ବିଭିନ୍ନ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଚାକିରୀକୁ ନିୟମିତ କରିଛନ୍ତି , କିନ୍ତୁ ଆମ ପ୍ରତି ଏତେ ଅବିଚାର କାହିଁକି।
ତେଣୁ କରି ଜିଲ୍ଲାସଂଘ ପକ୍ଷରୁ ଆମେ ରାଜ୍ୟ ସରକାରଙ୍କ ଠାରେ ବିନମ୍ର ନିବେଦନ କରି ଜଣାଉଛୁ ଯେ , ଆମର ଏହି ଉପରୋକ୍ତ ବିଷୟ ପ୍ରତି ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରି ଆମ ଠିକା କର୍ମଚାରୀ ମାନଙ୍କ ଚାକିରୀକୁ ତୁରନ୍ତ ନିୟମିତ କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଉ।
ଆମର ନିବେଦନ ଓ ଗୁହାରି ପ୍ରତି ତୁରନ୍ତ ଦାବୀ ପୁରଣ କରା ନ ହେଲେ ଏହାର ପ୍ରତିବାଦରେ ଆମେ ସମସ୍ତେ କାର୍ଯ୍ୟ ସ୍ଥଳରେ ହଳଦିଆ ବ୍ୟାଜ୍ ପିନ୍ଧିବା ସହିତ କେତେକ କାର୍ଯ୍ୟରେ ଅସହଯୋଗ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାସଂଘ ସଭାପତି ଶ୍ରୀ ଏମ୍ . ଖଗେଶ୍ବର ରାଓ ଏବଂ ସଂଘର ସଂପାଦକ ଶ୍ରୀ ଜେ. ସୁଦର୍ଶନ ରାଓ ସୂଚନା ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.