ଜିଲ୍ଲା ରାଜସ୍ୱ ବୈଠକ ଅନୁଷ୍ଠିତ, ଉତ୍ତରଦାୟୀ ଭାବେ କାମ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ଆହ୍ୱାନ 

0

ଯାଜପୁର/ଜୟଶଙ୍କର ଦାଶ  : ଯାଜପୁର  ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ମାସିକ ରାଜସ୍ୱ ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରିବା ସହ ରାଜସ୍ୱ ବିଭାଗର ନିର୍ଦ୍ଦେଶ  ଅନୁସାରେ ସମସ୍ତ କାର୍ଯ୍ୟ ଗୁଡ଼ିକୁ ଇଗଭର୍ଣ୍ଣାନ୍ସ ମାଧ୍ୟମରେ କରାଯାଉଥିବାରୁ ଏହା ଯେପରି ସଠିକ ସମୟରେ ସେବା ଯୋଗାଏ ସେଥିପ୍ରତି ଉତ୍ତରଦାୟୀ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତ ରାଜସ୍ୱ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯେକୌଣସି କାର୍ଯ୍ୟକୁ ସହଯୋଗ କରିପାରିବ ବୋଲି ମତ ଦେଇ କୌଣସି କ୍ଷେତ୍ରରେ ଅସୁବିଧା ହେଲେ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ଓ ଅବହେଳା ପାଇଁ କାର୍ଯାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଥିଲେ । ରାଜସ୍ୱ ବିଭାଗ ଦ୍ୱାରା ଜାରି ୨୫ ସୁତ୍ରୀ ପାରାମିଟର ସମ୍ପର୍କରେ ତହସିଲ ଓ ରାଜସ୍ୱ ନିରୀକ୍ଷକ ୱାରି ସମୀକ୍ଷା କରାଯାଇଥିଲା । ଅଧିକ ସଂଖ୍ୟକ ଦାଖଲ ଖାରଜ ମାମଲାରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଫଏସଲା ନ କରି ରଖୁଥିବା ରାଜସ୍ୱ ନିରୀକ୍ଷକଙ୍କୁ ବ୍ୟକ୍ତିଗତ ଭାବେ ଉକ୍ତ ବୈଠକରେ ହାଜର କରାଯାଇ ପଡ଼ିରହିଥିବା ବକେୟା ମାମଲା ଗୁଡ଼ିକୁ ୭ଦିନ ମଧ୍ୟରେ ଫଏସଲା କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଥିଲେ । 

Leave A Reply

Your email address will not be published.