ବିଜେପି ତରଫରୁ ପଶ୍ଚିମ ବଙ୍ଗ ଜେଲ ବିଭାଗ ମନ୍ତ୍ରୀ ଅଖିଲ ଗିରିଙ୍କ ନାଁରେ ଥାନାରେ ଏତଲା।

0 2

ଉମରକୋଟ(ଜିତେନ୍ଦ୍ର ମହାନ୍ତି )-ରାଷ୍ଟ୍ରପତି ଦେଶର ସର୍ବୋଚ୍ଚ ନାଗରିକ। ତିନି ସେନାର ପ୍ରମୁଖ ହେଲେ ଏବେ ସେହି ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ କରାଯାଇଛି ଅପମାନ। ଓଡ଼ିଶାର ଝିଅ ଭାରତର ପ୍ରିୟ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ପ୍ରତି ଅଶାଳୀନ,ଅଭଦ୍ର ଓ ଆଇନ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ପଶ୍ଚିମ ବଙ୍ଗ ମମତା ସରକାରର ଜେଲ୍ ବିଭାଗ ମନ୍ତ୍ରୀ ଅଖିଳ ଗିରି। ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ସୁନ୍ଦରତା ଉପରେ ପ୍ରଶ୍ନ କରି ସଭାରେ ଲାଞ୍ଚିତ, ଅପମାନିତ କରୁଛନ୍ତି। ନନ୍ଦି ଗ୍ରାମରେ ଚାଲିଥିବା ଜନ ସଭାରେ ମହାମହିମ ରାଷ୍ଟ୍ରପତିଙ୍କ ବିରୋଧ ରେ ମନ୍ତବ୍ୟ ଦେଇ ମହିଳା ସମାଜ ଓ ସାରା ଦେଶର ଭାବବେଗକୁ ଦୋହଲାଇ ଦେଇଛନ୍ତି ଅଖିଳ। ଅଖିଳ ଏଭଳି ମନ୍ତବ୍ୟକୁ ବିରୋଧ କରି ଆଜି ବିଜେପି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ତରଫରୁ ଉମରକୋଟ ଥାନାରେ ଏତଲା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ତଥା କଳାହାଣ୍ଡି ପ୍ରଭାରୀ ରମେଶ ସାହୁ,ନଗର ସଭାପତି ସୁରେଶ ଆଚାର୍ଯ୍ୟ, ଓ ବିଜେପି ଦଳ ର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଶ୍ୟାମସୁନ୍ଦର ମାଝୀ,ସୋନା ମାଝୀ,ବଳି ଗଣ୍ଡ,ଭଜନାଥ ଗଣ୍ଡ, ବାସନ୍ତୀ ମାଝୀ, ମଣିରାମ ଗଣ୍ଡ, ମୋହନ ଗଣ୍ଡ, ଭାଗିରଥି, ମନୋହର, ଲିଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.