ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଗତ ଜୁଲାଇ ମାସରେ ଦନ୍ତାହାତୀକୁ ମାରି ଦାନ୍ତ କାଟି ନେବା ଘଟଣାରେ ଆଉ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ବେଲାଟୁନ୍ ଗ୍ରାମର ପ୍ରଦିପ କୁମାର ଦିଗାଲ ବୋଲି ଡିଏଫ୍ଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି। ପୂର୍ବରୁ ବନ ବିଭାଗ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦଦରଲୁଣ୍ଡା ପଞ୍ଚାୟତର ବେଲାଟୁନ୍ ଗ୍ରାମର ରୁନା ଦିଗାଲ,ଦିପକ ଦିଗାଲ ଏବଂ ଯୁବରାଜ ଦିଗାଲକୁ କେସ୍ ନମ୍ବର ୧୫୦(ଏମ୍)ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ମାନେ ଏକ କୁରାଢି ସାହାର୍ଯ୍ୟରେ ଦାନ୍ତଟିକୁ କାଟି ହାତୀ ମରିଥିବା ସ୍ଥାନ ଠାରୁ କିଛି ଦୂରରେ ଜଙ୍ଗଲ ମଧ୍ୟରେ ହିଁ ଦାନ୍ତଟିକୁ ମାଟି ତଳେ ପୋତି ରଖିଥିଲେ। ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ସେମାନେ ଉକ୍ତ ସ୍ଥାନ ଦେଖାଇବା ପରେ ବିଭାଗୀୟ କର୍ମଚାରୀ ମାନେ ମାଟି ତଳୁ କଟା ଦାନ୍ତ ଉଦ୍ଧାର କରିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ୭ ତାରିଖ ଦିନ ମୁଜାଗଡ ବନାଞ୍ଚଳର ଗୁଣ୍ଡୁରିବାଡି ବିଟ୍ ର କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଏକ ଦନ୍ତାହାତୀର ଦାନ୍ତ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ହାତୀଟି ଏକ ପରିତ୍ୟକ୍ତ ସ୍ଥାନରେ ପଡି ରହିଥିବା ବେଳେ ଆଖପାଖର ପାଣି ଲାଲ ହୋଇ ରହିଥିଲା। ଏଭଳି ଦାନ୍ତ କାଟି ନେବା ଘଟଣା ଉକ୍ତ ବନଖଣ୍ଡରେ ଆଗରୁ କେବେ ହୋଇନଥିବା ବେଳେ ବନ ବିଭାଗ ପାଇଁ ଏହା ଚାଲେଞ୍ଜ୍ ସୃଷ୍ଟି କରିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post