ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସ୍ଥାନୀୟ ପୌରପାରିଷଦ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜର୍ଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଚତୃର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀ ଅନୁପ କୁମାର ଚନ୍ଦନଙ୍କ ସହ ପରିବାର ଅଦାଲତ ଜର୍ଜ ଶ୍ରୀ ଭଗବାନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀମତୀ ରାଜଶ୍ରୀ ମହାପାତ୍ର, ସିଂ.ଜେ. ଏମ ଶ୍ରୀ ପ୍ରିୟ ରଂଜନ ମିଶ୍ର, ପ୍ରାଧିକରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢ଼ୀ, ସବୁ ଜର୍ଜ ଶ୍ରୀମତୀ ସୂଦୀପ୍ତା ବେହୁରି, ଜର୍ଜ ମହିଳା କୋର୍ଟ ଶ୍ରୀମତୀ ରଶ୍ମିତା ସାହୁ, ରେଜିଷ୍ଟର ସିବିଲ କୋର୍ଟସ ଶ୍ରୀମତୀ ସୂଦୀପା ପାତ୍ର,ସବ ଜଜ୍ (ଏଲ୍ ଆର୍ ) ଶ୍ରୀ ଅଭୟ କୁମାର ଦାସ, ଏସ୍ଡିଜେଏମ୍ ଶ୍ରୀ ବିଷ୍ଣୁ ପ୍ରସାଦ ଦେବତା, ମୁନସିଫ ଶ୍ରୀ ନିରଞ୍ଜନ ଦାସ ଜେ.ଏମ. ଏଫ.ସି ଶ୍ରୀମତୀ ଝିଲ୍ଲୀ ଲିନା ନାୟକ, ଜେ.ଏମ.ଏସ.ସି ମଲିକା ଗୋଇଙ୍ଗା ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ l ଦୁର୍ଘଟଣା ଜନିତ ମୋକଦମା ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚ ରେ ଅତିରିକ୍ତ ପବ୍ଲିକ ପ୍ରଜେକ୍ୟୁଟର (Prosecutor) ଶ୍ରୀ ଭଜହରୀ କର, ସରକାରୀ ଓକିଲ ଶ୍ରୀ ସଲିଲ ଘୋଷ, ଆଇନଜୀବି ଶ୍ରୀ ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ, ସଲ୍ୟ ବିଭାଗ ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାନ୍ତି, ସାମାଜିକ କର୍ମୀ ସୁଷମା ପ୍ରଧାନ ଓ ମନସ୍ତତ୍ବତ ବିତ ସୁସ୍ମିତା ମାଝୀ ସଭ୍ୟ ଭାବେ ମୋକଦମା ପରିଚାଳନା କରିଥିଲେ l ଏହି ରାଷ୍ଟ୍ରୀୟ ଲୋକେ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧୀନ ମୋକଦମା ଯଥା ପୌଜଧାରୀ (ସାଲିସଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ, ବୈବାହିକ ବିବାଦ, ରାଜସ୍ୱ ମାମଲା ଓ ଅନ୍ୟାନ୍ୟ ଦିୱାନୀ ମୋକଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ମାମଲା ସମ୍ବଦ୍ଧିୟ ପ୍ରାକମୋକଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ସେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୨୬୧୦ ମାମଲାରୁ ୧୪୨୨ ଟି ସଫଳତାର ସହ ଫଇସଲା ହେବା ସହିତ ଟଙ୍କା ୨ କୋଟି ୫ ଲକ୍ଷ ୧୨ ହଜାର ୩୩୮ ଟଙ୍କା ଆଦାୟ କରାଯାଇଛି l ସେହିପରି ବ୍ୟାଙ୍କ ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମାରେ ୪୯୦୨ ଟି ମାମଳରୁ ୪୨ ଟି ସଫଳତାର ସହ ଫଇସଲା ହେବା ସହିତ ଟ ୧୩ ଲକ୍ଷ ୧୫ ହଜାର ୩୦୦ ଟଙ୍କା ଋଣ ଆଦାୟ କରାଯାଇଛି l ଜଗତସିଂହପୁର ଜିଲ୍ଲା କୋର୍ଟ ସମେତ କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଏବଂ ଏରସମା କୋର୍ଟ ପ୍ରାଙ୍ଗଣରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହଇଯାଇଛି ଏବଂ ବିଚାରପତିମାନଙ୍କ ଦ୍ୱାରା ମୋକଦମାଗୁଡିକର ଫଇସଲା କରାଯିବ ସହ ଜୋରିମାନା କରାଯାଇଛି l
Sign in
Sign in
Recover your password.
A password will be e-mailed to you.