ବରଗଡ :- ପଦ୍ମପୁର ଉପନିର୍ବାଚନ କୁ ଆଉ ମାତ୍ର କିଛି ଦିନ । ନିର୍ବାଚନ ରେ ନିଜ ନିଜର ବିଜୟ କୁ ସୁନିଶ୍ଚିତ କରିବା ପାଇଁ ସବୁ ଦଳ ତରଫରୁ ଇତି ମଧ୍ୟରେ ପ୍ରୟାସ ଜୋରଦାର ଆରମ୍ବ ହୋଇଛି । ବିଗତ ଦିନରେ ବିଜେପି ର ବରିଷ୍ଠ ନେତା ତଥା ସୁସଙ୍ଗଠକ ଶ୍ରୀ ରାଜୁ ଘିବେଳା ଙ୍କର ବିଜେଡି ରେ ସାମିଲ ହେବା ପରେ କ୍ରମାଗତ ଭାବରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ବିଜେପିର ନେତା ଓ କର୍ମୀ ମାନେ ବିଜେପି ଛାଡି ବିଜେଡି ରେ ଯୋଗଦାନ କରୁଛନ୍ତି । ଏହିକ୍ରମରେ ଆଜି ବିଜୁଜନତାଦଳ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଦଳର ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହେବା ସହ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କ ଦୃଢ଼ ନେତୃତ୍ଵରେ ପ୍ରଭାବିତ ହୋଇ ଯୁବ ନେତା ଶ୍ରୀ ଭୋଜରାଜ୍ ସିଂ ବରିହା ଙ୍କ ଉପସ୍ଥିତି ରେ ବିଜେପି ର ଅନେକ ପ୍ରଭାବଶାଳୀ କର୍ମୀ ଦଳ ପରିତ୍ୟାଗ କରି ଆଜି ବିଜୁ ଜନତା ଦଳ ରେ ଯୋଗଦାନ କରିଛନ୍ତି। ଦଳରେ ନୂତନ ଟାଣୁଆ ନେତା ତଥା ବିଜେଡି ରାଜ୍ଯ ସଂପାଦକ ଶ୍ରୀ ରାଜୁ ଘିବେଲା ଙ୍କ ନେତୃତ୍ବରେ ଶ୍ରୀ ଗହଳ ମହାନନ୍ଦ (ବିଜେପି ଆଦିବାସୀ ମୋର୍ଚ୍ଚା ଏବଂ ଜିଲ୍ଲା ଉପ ସଭାପତି),ଶ୍ରୀ ଚକ୍ରଧର ସୁନା (ବିଜେପି ଆଦିବାସୀ ମୋର୍ଚ୍ଚା ମଣ୍ଡଳ ସାଧାରଣ ସମ୍ପାଦକ), ଶ୍ରୀ ନେପାଲ ତାଣ୍ଡି (ବିଜେପି ଆଦିବାସୀ ମୋର୍ଚ୍ଚା ମେମ୍ବର), ଶ୍ରୀ ଜବଡୁ ବରିହା (ସମର ପାଲି ଗୌନ୍ତିଆ) ,ଶ୍ରୀ ମହେଶ୍ୱର ବେହେରା (ୱାର୍ଡ ମେମ୍ବର ସମରପାଲି), ଶ୍ରୀ ସୁନୀଲ ମହାନନ୍ଦ, ଶ୍ରୀ ପ୍ରଶାନ୍ତ ମହାନନ୍ଦ ସ୍ଵଇଚ୍ଛା ରେ ସାମିଲ୍ ହୋଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସିଂ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିବା ସହିତ ।ନିଷ୍ଠାର ସହିତ ଲୋକଙ୍କ ସେବା କରିବା ପାଇଁ ଓ ସମସ୍ତ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ନୂତନ ଭାବରେ ଦଳରେ ଯୋଗ ଦେଇଥିବା ନେତା ମାନଙ୍କୁ ଅନୁରୋଧ କରିଥିଲେ ।
Sign in
Sign in
Recover your password.
A password will be e-mailed to you.