ଜିଲ୍ଲାପାଳଙ୍କ ମହାନତା : ବାଇକ ଦୁର୍ଘଟଣା ଗ୍ରସ୍ତ ବାପ ଝିଅଙ୍କୁ ଉଦ୍ଧାର କରି ଭର୍ତ୍ତି କଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ମୁମୁର୍ଷୁ ଅବସ୍ଥାରେ ପଡିଥିବା ବାପା ଝିଅଙ୍କୁ ଉଦ୍ଧାର କରି ନିଜ ଗାଡିରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ସେମାନଙ୍କର ଚିକିତ୍ସା କରାଇଥିବା ଗଜପତି ଜିଲ୍ଲାପାଳଙ୍କ ମହାନତାକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୋହନା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲୁ ରହିଥିବା ବିଭିନ୍ନ ଜନହିତକର ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କରିବା ପାଇଁ ଆସିଥିଲେ। ସମସ୍ତ କାମ ସାରି ସେ ପାରଳାଖେମୁଣ୍ଡି ଫେରୁଥିବା ବେଳେ ରାତି ପ୍ରାୟ ୮.୩୦ ମିନିଟ୍ ସମୟରେ ଚନ୍ଦ୍ରଗିରି ନିକଟ ଚିଟିଙ୍ଗିଘାଟି (କାନାରା ବ୍ୟାଙ୍କ ନିକଟ) ବୁଲାଣିରେ ମୟୂରଭଞ୍ଜ ଜିଲ୍ଲା ନିବାସୀ ତଥା ନୂଆଁଗଡ଼ ବ୍ଳକର ଆଶ୍ରମ ସ୍କୁଲରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟରତ ବାପା ହରେକୃଷ୍ଣ ମହନ୍ତ (୪୫) ଓ ଝିଅ ଶୁଭସ୍ମିତା ମହନ୍ତ (୧୪) ନିଜ ବାଇକର ଭାରସାମ୍ୟ ରକ୍ଷା କରି ନ ପାରି ରାସ୍ତା କଡ଼ରେ ଛିଟିକି ପଡି ମୁମୁର୍ଷୁ ଅବସ୍ଥାରେ ପଡିରହିଥିଲେ। ଜିଲ୍ଲାପାଳ ଏହା ଦେଖି ନିଜ କାର ଅଟକାଇ ବାପା ଝିଅକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ଵାସ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।
ସେମାନଙ୍କର ଚିକିତ୍ସା ଡ.ନରେଶ ରେଡି, ସ୍ୱାସ୍ଥ୍ୟକର୍ମି (ନିରାମୟ) ରଘୁନାଥ ବେହେରା , ଆଟେନାଣ୍ଟ ସନ୍ତୋଷ ଦଣ୍ଡସେନା , ଷ୍ଠାପନର୍ସ ରୀତା ଚରଣ ସେବା ଯୋଗାଇଥିଲେ। ଜିଲ୍ଲାପାଳଙ୍କର ଏପରି ମହାନତାକୁ ଦେଖି ଚନ୍ଦ୍ରଗିରି ଅଞ୍ଚଳବାସୀ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଜିଲ୍ଲାପାଳ ତ ହେବ ଏମିତି ବୋଲି ଅଞ୍ଚଳବାସୀ କହିଛନ୍ତି।

Leave A Reply

Your email address will not be published.