ଭୁବନେଶ୍ୱର: ପ୍ରଥମ ଥର ଲାଗି କିସର ଛାତ୍ର ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ୨୦୨୧ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ ମୋଟ ୫୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରେ ରହିଛନ୍ତି କିସ୍ ଛାତ୍ର ସାଧକ କାର୍ଯୀ। ସାଧକ ୪୫ ତମ ରାଙ୍କରେ ରହି କିସକୁ ଗୌରବ ଆଣି ଦେଇଛନ୍ତି। ସାଧକ ଗଜପତି ଜିଲ୍ଲାର ସଉରା ଜନଜାତି ପରିବାରର ପିଲା ହୋଇଥିବା ବେଳେ ୨୦୧୪ରେ ସେ କିସରେ ନାମ ଲେଖାଇଥିଲେ। କିସରେ ଛାତ୍ରଛାତ୍ରମାନେ କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ବିନା ଦେୟରେ ପାଠ ପଢ଼ିବାର ବ୍ୟବସ୍ଥା ରହିଛି। ସାଧକ କିସରୁ +୨ ଶେଷ କରିବା ପରେ କିଟ୍ ଲ ସ୍କୁଲରେ ୨୦୧୬ରେ ନାମ ଲେଖାଇଥିଲେ। ଗତବର୍ଷ ସେ ଆଇନ୍ ପଢ଼ା ଶେଷ କରିବା ପରେ ଓଜେଏସ୍ ପରୀକ୍ଷା ଦେଇଥିଲେ। ସାଧକଙ୍କ ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସର ଛାତ୍ରଛାତ୍ରୀମାନେ ବିଚାର ବିଭାଗୀୟ ଅଧିକାରୀ ହେବାର ମୋର ଯେଉଁ ସ୍ୱପ୍ନ ଥିଲା ସାଧକ ଓଜେଏସ୍ ପାଇବା ପରେ ସେହି ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି। ପୂର୍ବରୁ କିସରେ ଛାତ୍ରଛାତ୍ରୀମାନେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଆସୁଥିବା ବେଳେ ପ୍ରଥମ ଥର ଲାଗି ଓଜେଏସ୍ ପରୀକ୍ଷାରେ ସାଧକ କୃତକାର୍ଯ୍ୟ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.