ଭୁବନେଶ୍ୱର: ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ବୈଷୟିକ ଶିକ୍ଷା ସମ୍ପର୍କିତ ଶବ୍ଦାବଳୀକୁ ସହଜରେ ବୁଝିବାପାଇଁ ମାତୃଭାଷା ଏକାନ୍ତ ପ୍ରୟୋଜନ। ମାତୃଭାଷାରେ ଶିକ୍ଷାଦାନଦ୍ୱାରା ଉତ୍କୃଷ୍ଟ ଶିକ୍ଷା ପ୍ରାପ୍ତି ସହିତ ସଂସ୍କୃତି ସହିତ ପରିଚିତ କରାଇଥାଏ। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇଥାଏ। ଓଡ଼ିଆ ଜାତିର ଅତୀତ ବୈଷୟିକ ଜ୍ଞାନକୌଶଳ ସହ ଜଡିତ ଥିବାରୁ ଓଡିଆ ଭାଷରେ ବୈଷୟିକ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ହେବ ନାହିଁ। ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ। ଶିକ୍ଷାକୁ ବାଧାବନ୍ଧନ ଶୂନ୍ୟ କରିବାପାଇଁ ଆମେ ଚେଷ୍ଟା କରିବା। ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନ ହେବେ ତାହା ବି ଦେଖିବା। ଆଜି ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି କହିଛନ୍ତି। ମାତୃଭାଷାରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ କରିଥିବାରୁ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏଥିସହିତ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରଥମ ବର୍ଷର ବିଦ୍ୟାର୍ଥୀଙ୍କୁ ପୁସ୍ତକ ପ୍ରଦାନ କରିଥିଲେ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଓଡ଼ିଆ ଭାଷାରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ପ୍ରାୟ ଶତାଧିକ ଶିକ୍ଷାବିତ ଗବେଷକଙ୍କ ସହାୟତାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦଦ୍ୱାରା ପ୍ରସ୍ତୁତ ୨୦ଟି ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚନ କରିବା ସହ ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲ ‘ଇ-କୁମ୍ଭ’ର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏଆଇସିଟିର ଅଧ୍ୟକ୍ଷ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଅବସର ବେଉରିଆ ପ୍ରମୁଖ ଯୋଗଦେଇଥିଲେ।
ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୧୮ ତାରିଖରେ ଭୁବନେଶ୍ୱରଠାରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରିବାପାଇଁ ଏଆଇସିଟିଇ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା(ଆଇଓଏସଆର) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ସେହି ଅନୁସାରେ ଓଡିଆ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବ।ପାଇଁ ମାତ୍ର ଛଅ ମାସ ମଧ୍ୟରେ ସମାପ୍ତ କରିବା ସହିତ ହିନ୍ଦୀ ପରେ ଦ୍ୱିତୀୟ ଭାରତୀୟ ଭାଷା ଭାବରେ ଓଡିଆ ଭାଷାରେ ପୁସ୍ତକ ପ୍ରସ୍ତୁତି ଶେଷ ହୋଇଥିଲା। ଏହାଦ୍ୱାରା ଇଂରାଜୀ ଅନଭ୍ୟସ୍ତ ତଥା ଅପହଞ୍ଚ ଅଞ୍ଚଳର ପଢ଼ୁଥିବା ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଭଲ ଭାବରେ ବୁଝିବା ସହ ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବେ।
Sign in
Sign in
Recover your password.
A password will be e-mailed to you.
Next Post