ଭୁବନେଶ୍ୱର(ଶାସକ ପ୍ରଶାସକ): ଆର୍ଥିକ ଦୁର୍ବଳ ପରିବାରକୁ ଗୃହ ନିର୍ମାଣରେ ସହାୟତା ଯୋଗାଇବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସିଏସଆର ଶାଖା ଜେଏସପି ଫାଉଣ୍ଡେସନ୍ ‘ପ୍ରୋଜେକ୍ଟ ଆଶିଆନା’ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ, ଏହି ପ୍ରକଳ୍ପ ଅଧୀନରେ ସହାୟତା ପାଇଁ 529 ଜଣ ଆର୍ଥିକ ଦୁର୍ବଳ ଲୋକଙ୍କୁ ଚିହ୍ନଟ କରାଯାଇଛି ।
ଅନୁଗୁଳ, ରାଇଗଡ, ବଡବିଲ, ଟେନସା, ଭୁବନେଶ୍ୱର ଏବଂ ନୂଆଦିଲ୍ଲୀରେ ଆୟୋଜିତ ଏକ ହାଇବ୍ରିଡ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପର ଶୁଭାରମ୍ଭ କରି, ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଥିଲେ ଯେ, “ପ୍ରତ୍ୟେକ ପରିବାର ପାଇଁ ବାସଗୃହ ଏକ ସ୍ୱପ୍ନ ।କିନ୍ତୁ ଦୁର୍ବଳ ଆର୍ଥିକ ଅବସ୍ଥା କିଛି ଲୋକଙ୍କୁ ନିଜ ଘର ନିର୍ମାଣରୁ ବଞ୍ଚିତ କରିଥାଏ । ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାକୁ ଜେଏସପି ଫାଉଣ୍ଡେସନ ଏହାର ନିରନ୍ତର ପ୍ରୟାସ କରିଆସୁଛି ଏବଂ ‘ପ୍ରୋଜେକ୍ଟ ଆଶିଆନା’ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ପରିବାରକୁ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାରେ ସହାୟତା ପ୍ରଦାନ କରୁଛି”।
ଏହି ପ୍ରକଳ୍ପ ଅଧୀନରେ ଭାରତର ୧୩ଟି ରାଜ୍ୟରୁ ମୋଟ ୫୨୯ ପରିବାର ଆର୍ଥିକ ସହାୟତା ପାଇଁ ଚୟନ କରାଯାଇଛି । କାର୍ଯ୍ୟକ୍ରମ ସମୟରେ ସେମାନଙ୍କୁ ଆର୍ଥିକ ଅନୁଦାନ ପାଇଁ ଆୱାର୍ଡ ଲେଟର ପ୍ରଦାନ କରଯାଇଥିଲା । ପ୍ରୋଜେକ୍ଟ ଆଶିଆନା ଅଧୀନରେ ମନୋନୀତ ପରିବାରକୁ ୨୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଫାଉଣ୍ଡେସନର ମୂଲ୍ୟାଙ୍କନ ଉପରେ ଆଧାର କରି ସେମାନଙ୍କ ବାସଗୃହ ତଥା ଶୌଚାଳୟ, ପାନୀୟ ଜଳ ଏବଂ ବିଦ୍ୟୁତିକରଣ ଭଳି ସୁବିଧା ନିର୍ମାଣ କରିବା ପାଇଁ ଏହି ସହାୟତା ପ୍ରଦାନ କରାଯିବ ।
ପ୍ରୋଜେକ୍ଟ ଆଶିଆନା’ ଅଧୀନରେ ଆର୍ଥିକ ସହାୟତା ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଶ୍ରୀ ଶଶିଭୂଷଣ ସଥୁଆ, ଜେଏସପି ଫାଉଣ୍ଡେସନର ସହାୟତାକୁ ପ୍ରଶଂସା କରି କହିଥିଲେ ଯେ, “ମୋ ପରିବାର ପାଇଁ ନିଜ ଘର ନିର୍ମାଣ କରିବାକୁ ମୁ ଚାହୁଁଥିଲି । ମୋର କମ ରୋଜଗାରରେ ଘର ଖଣ୍ଡେ ନିର୍ମାଣ ପାଇଁ ସକ୍ଷମ ହୋଇ ପାରୁନଥିଲି | ଏହି ସହାୟତା ଦ୍ଵାରା ମୁଁ ମୋ ଏହି ‘ପ୍ରୋଜେକ୍ଟ ଆଶିଆନା’ କାର୍ଯ୍ୟକ୍ରମରେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସହିତ ଏହି ଆର୍ଥିକ ସହାୟତା କିସ୍ତିରେ ପ୍ରକାଶ ପାଇବ । ଗୃହ ନିର୍ମାଣର ଠିକ ସମୟରେ ଅଗ୍ରଗତି ହେଲେ ଜେଏସପି ଫାଉଣ୍ଡେସନ ଯୋଗ୍ୟ ବ୍ୟକ୍ତିଙ୍କୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଚାର କରିବ ।
Sign in
Sign in
Recover your password.
A password will be e-mailed to you.
Prev Post