ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ୁଛନ୍ତି ନେତା: ଦଳରେ ଦିଆଯାଉନାହିଁ ଗରୁତ୍ବ ଓ ସମ୍ମାନ !!

0

ବରଗଡ :- ଆସନ୍ତା କାଲି ଠାରୁ ଆରମ୍ଭ ହେବ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା । ନାମାଙ୍କନ ର ଶେଷ ତାରିଖ ରହିଛି ନଭେମ୍ବର 17 , ମତଦାନ ଡିସେମ୍ବର 5 ଓ ଗଣତି ଡିସେମ୍ବର 8 ରେ । ବିଜେପିର ପୁରୁଣା ନେତା ତଥା ଗତ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ପ୍ରାୟ ପାଞ୍ଚ ହଜାର ଭୋଟ ପାଇଥିବା ଯୁବନେତା ଶ୍ରୀ ରାଜୁ ଘିବେଳା ଙ୍କର ଗତକାଲି ଭୁବନେଶ୍ୱର ରେ ବିଜେଡି ରେ ସାମିଲ ହେବା ପରେ ବର୍ତ୍ତମାନ ଅନ୍ୟ ଦଳର ଅନେକ ନେତା ଓ ସାଧାରଣ କର୍ମୀ ବିଜୁ ଜନତା ଦଳରେ ସାମିଲ ହେବାରେ ଲାଗିଛନ୍ତି । ଆଜି ଏହିକ୍ରମ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପଦ୍ମପୁର ବ୍ଲକର ପୁରେନା ପଂଚାୟତ ର ପୂର୍ବତନ ସମିତି ସଭ୍ୟ ଶ୍ରୀ ପ୍ରଶାନ୍ତ ବେହେରା ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପିଙ୍କି ବେହେରା ସମେତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଶାସନ ରେ ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କ ଦୃଢ଼ ନେତୃତ୍ଵରେ ଅସ୍ଥା ପ୍ରକଟ କରିବା ସହିତ ତାଙ୍କର ବ୍ୟକ୍ତିତ୍ୱ ରେ ପ୍ରଭାବିତ ହୋଇ ଆଜି ବିଜୁ ଜନତା ଦଳର ସାଂଗଠାନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ( ବବି ଭାଇ ) , ଅର୍ଥ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀଙ୍କ ଉପସ୍ଥିତିରେ ବିଜେପି ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ବିଜେପିରେ ତାଙ୍କୁ ଗୁରୁତ୍ୱ ପ୍ରଦାନ କରାଯାଉ ନ ଥିବା କାରଣରୁ ସେମାନେ ଦଳ ପରିତ୍ୟାଗ କରି ବିଜେଡି ରେ ସାମିଲ ହୋଇଛନ୍ତି ବୋଲି ଆଜି ସାମିଲ ହୋଇଥିବା କର୍ମୀମାନେ କହିଛନ୍ତି ।

Leave A Reply

Your email address will not be published.