ପବିତ୍ର “ମହେନ୍ଦ୍ର ତନୟା” ନଦୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ବୋଇତ ବନ୍ଦାଣ ତଥା ଡଙ୍ଗା-ଭଷା କାର୍ଯ୍ୟକ୍ରମ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳର ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଓ “ବୋଇତ-ବନ୍ଦାଣ” ତଥା “ଡଙ୍ଗା-ଭଷା” କାର୍ଯ୍ୟକ୍ରମ ପାରମ୍ପରିକ ଶ୍ରଦ୍ଧା ଓ ଭକ୍ତିର ସହ ଉତ୍ସବ ମୁଖର ହୋଇ ଉଠିଛି ।
ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ କରାଯାଇଛି ଏହି ପବିତ୍ର ବୋଇତ ବନ୍ଦାଣ ବା ଡଙ୍ଗା-ଭଷା କାର୍ଯ୍ୟକ୍ରମ।
ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ପବିତ୍ର ମହେନ୍ଦ୍ର ତନୟା ନଦୀରେ “ବୋଇତ ବନ୍ଦାଣ” ଅବସରରେ ଚଳିତ ଥର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ଏଥି ସମେତ ପାରଳା ସହରର ବିଭିନ୍ନ ପ୍ରତିଷ୍ଠିତ ପୋଖରୀରେ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ କରିଥିଲେ।
ଏହି ଅବସରରେ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଥିବା ପବିତ୍ର ମହେନ୍ଦ୍ର ତନୟା ନଦୀ , ବିଭିନ୍ନ ପୋଖରୀ ଓ ଦେବାଳୟ ଗୁଡ଼ିକର ପରିସର ଚଳ-ଚଞ୍ଚଳ ଓ ଉତ୍ସବ ମୁଖର ହୋଇ ଉଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ଶ୍ରଦ୍ଧାଳୁ ମାନେ ପବିତ୍ର ମହେନ୍ଦ୍ର ତାନୟା ନଦୀ ସମେତ ସହରରେ ଥିବା ପୋଖରୀ ଠାରେ ପାରମ୍ପରିକ ରୀତିନୀତି ଓ ପୂଜାର୍ଚ୍ଚନା ପ୍ରକାରେ , ବୁଡ଼ ପକାଇ ନୂତନ ବସ୍ତ୍ର ପରିଧାନ କରି ବୋଇତ ବନ୍ଦାଣ ତଥା ଡ଼ଙ୍ଗାଭଷା କରିଥିଲେ।
ଚଳିତ ଥର ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଓ ବୋଇତ ବନ୍ଦାଣ ଉତ୍ସବ ସାଙ୍ଗକୁ ନିର୍ଦ୍ଧାରିତ ସମୟରେ ଚନ୍ଦ୍ର ଗ୍ରହଣ ପଡ଼ୁଥିବା ଏବଂ ଜଗନ୍ନାଥ ମନ୍ଦିରରେ ଠାକୁର ମାନଙ୍କ ଆଳତି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବିଳମ୍ବିତ ରାତି ୩ ଟା ସମୟରେ ଥିବା ଯୋଗୁଁ ଏହି ଅବସରରେ ବିଳମ୍ବିତ ରାତି ଠାରୁ ହିଁ ସମଗ୍ର ସହର ଚଳଚଞ୍ଚଳ ହୋଇ ଉଠିଥିଲା।
ପରେ ଉପାନ୍ତ ତଥା ମହେନ୍ଦ୍ର ଶ୍ରୀ କ୍ଷେତ୍ର ପାରଳାଖେମୁଣ୍ଡି ସହରର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ଆଳତି ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ସମାଗମ ହୋଇଥିଲା । ଏଥି ସହିତ ବିଭିନ୍ନ ଦେବାଳୟ ଗୁଡିକରେ ମଧ୍ୟ ଠାକୁର ଓ ଆଳତି ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା।

Leave A Reply

Your email address will not be published.