ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ସରକାରଙ୍କ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ତ୍ତିକ ପୁର୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ଆଜି ସକାଳୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାର ଗୋପାଳସାଗର ସାଇ ମନ୍ଦିର ନିକଟସ୍ଥ ପୁଷ୍କରିଣୀ ରେ ପୂଜା ଵିଧି ସହ ବୋଇତ ବନ୍ଦାଣ କରିଥିଲେ l ଏହି ଅବସରରେ ଜିଲ୍ଲାପାଳ କହିଥିଲେ ପୂର୍ବେ ଉତ୍କଳର ସାଧବ ପୁଅ ମାନେ ଓଡିଶାରୁ ପାଟବସ୍ତ୍ର, ସିଂହ ଖୋଦେଇ ସାମଗ୍ରୀ ଇତ୍ୟାଦି ବୋହିନେଇ ବିଦେଶରୁ ଧନ ସମ୍ପତି ବୋହି ଆଣୁଥିଲେ ଏହି ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜବିତ କରି ରଖିବା ପାଇଁ କାର୍ତ୍ତିକ ପୂର୍ଣମୀ ଦିନ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେଉଛି l ଏହି ଅବସରେ ସାଇ ମନ୍ଦିର ସମ୍ମୁଖରେ ଏକ ଝୋଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହୋଇଥିବା ମନିଷା ମିଶ୍ର, ଦ୍ୱିତୀୟ ସ୍ଥାନ ସ୍ଥିତପ୍ରଜ୍ଞା ଜେନା ଓ ତୃତୀୟ ସ୍ଥାନ ହାସଲ କରିଥିବା ବୈଯୟନ୍ତି ତ୍ରିପାଠୀ ଙ୍କୁ ଜିଲ୍ଲାପାଳ ପୁରସ୍କାର ଓ ପ୍ରଣାମପାତ୍ର ପ୍ରଦାନ କରିଥିଲେ l ସଂସ୍କୃତିକ ସଂକିର୍ତ୍ତନ ମଣ୍ଡଳୀ କଳାକାର ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟନାୟକ, ବରିଷ୍ଠ ଆଇନଜୀବି ଦଳଗୋବନ୍ଦ ଦାସ, ସାଇ ଟ୍ରଷ୍ଟର କର୍ମକର୍ତା, ମହିଳା ସ୍ୱୟଂ ସହାୟକ ଦଳ ଓ ଗଣମାଧ୍ୟମ ପତିନିଧି ମାନେ ଉପସ୍ଥିତ ଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.