ବଡକୋଦଣ୍ଡାରେ ଚବିଶି ପ୍ରହର ନାମଯଜ୍ଞ ଉଦଯାପିତ ; ଚନ୍ଦ୍ର ଗ୍ରହଣ ପାଇଁ ବନ୍ଦ ରହିଲା ବିଶ୍ବ ପ୍ରସିଦ୍ଧ ଡେରାବେଶ

0

ଭଞ୍ଜନଗର : ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଗ୍ରାମରେ କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ବାମୀ ଙ୍କ ମନ୍ଦିରରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ,ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ମହାମନ୍ତ୍ର ଗାନ କରିବା ସହ ପ୍ରସାଦ ସେବନ କରିଥିଲେ | କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୃନ୍ଦ ଓ ଗ୍ରାମବାସୀ ମାନେ ସହଯୋଗ କରି ସଫଳତାର ସହ ସମାପନ କରିଥିଲେ | ଟୋକାଗଣ୍ଡା,ଚିଟିପଲ୍ଲୀ,ବଡକୋଦଣ୍ଡା,ଦଣ୍ଡିପଦର ,ପୁଡୁରିଙ୍ଗି ଆଦି ଗ୍ରାମର ନାମସଂକୀର୍ତ୍ତନ ଦଳ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ବେଳେ ବି. ଲକ୍ଷ୍ମୀ ନାରାୟଣ ପାତ୍ର,ବି. ସତ୍ୟ ନାରାୟଣ ପାତ୍ର , ପ୍ରଭାତ କୁମାର ପାତ୍ର, ସୁରେନ୍ଦ୍ର ନାଥ ସ୍ବାଇଁ,ଦଣ୍ଡାସି ବିଷୋୟୀ, ପଞ୍ଚୁ ସ୍ବାଇଁ, ଅଶୋକ ସାହୁ,ଲଡୁ କିଶୋର ସାହୁ, ସୁଶାନ୍ତ ପାଣିଗ୍ରାହୀ,ଅରକ୍ଷିତ ଦାସ ,ଜେ ମନୋଜ ପୃଷ୍ଟି, ଅଜୟ ବିଷୋୟୀ,ମଳୟ ବେହେରା, ରବିନ୍ଦ୍ର ନାୟକ,ରଞ୍ଜନ ସ୍ବାଇଁ, ଗୋପାଳ ବେହେରା,ତ୍ରିନାଥ ବେହେରା,ହରିଚନ୍ଦନ ବେହେରା,ପବିତ୍ର ବିଷୋୟୀ, ରମେଶ ବିଷୋୟୀ,ଭଗବାନ ବିଷୋୟୀ ,ଚୈତନ୍ୟ ବେହେରା,ବଂଶୀଧର ଦଣ୍ଡିଆ, ଶିବରାମ ବାଡତ୍ୟା,ସୁଦର୍ଶନ ସେଠୀ ,ଗୋବର୍ଦ୍ଧନ ଗୌଡ , ବିଟୁ ପ୍ରଧାନ,କାଳିଆ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଚଳିତ ବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମନ୍ଦିରରେ ଦେବ ନୀତି ସକାଳ 5.30ମି ରୁ ବନ୍ଦ ରହିଥିଲା | ଫଳରେ ଏହି ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇ ଆସୁଥିବା ବିଶ୍ବ ପ୍ରସିଦ୍ଧ ଡେରା ବେଶ ଅନୁଷ୍ଠିତ ହୋଇପାରି ନାହିଁ | କେବଳ ନୀତି ପାଳନ ନିମିତ୍ତ ଦୁଇ ଗୋଟି ବେଶ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବ ଦିନ ଡେରା ଯାଇଥିବା ବେଳେ ଲୋକମାନେ ଏହି ଦିନ ମନ୍ଦିର ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା |

Leave A Reply

Your email address will not be published.