୫୦ବର୍ଷ ପୂର୍ତି ଅବସରରେ ରାଧାକୃଷ୍ଣ ପୂଜା କମିଟି ଆନୁକୂଲ୍ୟରେ ରାଧା କୃଷ୍ଣ ଯୁଗଳ ମୂର୍ତିଙ୍କ ପୂଜା ଉତ୍ସବ ପାଳିତ

0

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ପବିତ୍ର କାର୍ତିକ ମାସରେ ନିଶ୍ଚିନ୍ତକୋଇଲି ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ଆନୁକୂଲ୍ୟରେ ୫୦ବର୍ଷ ପୂର୍ତି ଅବସରରେ ରାଧା କୃଷ୍ଣ ଯୁଗଳମୂର୍ତିଙ୍କ ପୂଜାର୍ଚ୍ଚନା ଆନନ୍ଦ ଉଲ୍ଲାସର ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହ ଆଜି ପର୍ଯ୍ୟନ୍ତ ଅର୍ଥାତ ୫୦ବର୍ଷ ଧରି ଏହି ରାଧା କୃଷ୍ଣଙ୍କ ପୂଜା ହୋଇଆସୁଅଛି । ଚଳିତ ବର୍ଷ ଅନୁଷ୍ଠାନର ସହଯୋଗରେ ୫୦ ବର୍ଷ ପୂର୍ତି କୁ ମଧ୍ୟ ଧୁମଧାମର ସହ ପାଳନ କରାଯାଇଛି । ଏହି ରାଧା କୃଷ୍ଣ ଯୁଗଳ ମୂର୍ତିଙ୍କ ପୂଜା ଉତ୍ସବ ନୀତିକାନ୍ତି ଅନୁଯାୟୀ ଚାଲୁରହିଛି । ଏପରିକି ପ୍ରତ୍ୟକ ଦିନ ସନ୍ଧ୍ୟା ସମୟରେ ରାଧା କୃଷ୍ଣଙ୍କ ମୂର୍ତି ଙ୍କ ସମ୍ମୁଖରେ ସନ୍ଧ୍ୟା ଆଳତୀ , ସାଂସ୍କୃତିକ କାର୍ଯ୍ୟ ଦେଖିବା ନିମନ୍ତେ ଶତାଧିକ ଭକ୍ତମାନଙ୍କ ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରାଧାକୃଷ୍ଣ ପୂଜା କମିଟ ର ସଭ୍ୟ ମନମୋହନ ଦାସ, ମନୋଜ ମଲିକ, ହେମନ୍ତ ରାଉତ, ବିଜୟୀକେତନ ପ୍ରିୟଦର୍ଶିନୀ, ନନ୍ଦକିଶୋର ବେହେରା,ପରମାନନ୍ଦ ରାଉତ, ମାନସ କୁମାର ମଲ୍ଲିକ, ପ୍ରଦିପ୍ତ କୁମାର ମଲ୍ଲିକ, ଧ୍ରୁବ ମଲିକ, ଲିଙ୍ଗରାଜ ଦାସ, ଚତ୍ରୁଭୁଜ ସ୍ୱାଇଁ,ନିରଞ୍ଜନ ସ୍ୱାଇଁ, ବ୍ରଜକିଶୋର ବେଦାନ୍ତ, ମନୋଜ କୁମାର ବାରିକଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.