ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ଠାରୁ ପଦ୍ମପୁର ନିର୍ବାଚନମଣ୍ଡଳୀ : କେତେବେଳେ ପ୍ରତିନିଧିତ୍ବ କରିଥିଲେ କିଏ

0

ଝାରବନ୍ଧ-ମନୋହର ଦାଶ; 1950 ମସିହା ଜାନୁୟାରୀ 26 ତାରିଖରେ ଭାରତ ଏକ ସାର୍ଵଭୌମ ଗଣତାନ୍ତ୍ରୀକ ରାଷ୍ଟ୍ର ର ମାନ୍ୟତା ଲାଭ କରିବା ସହିତ ସ୍ୱାଧୀନ ଭାରତ ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଲା l ନୂତନ ସମ୍ବିଧାନ ଅନୁସାରେ ସାବାଳକ ଭୋଟ ଦାନ ର ବ୍ୟବସ୍ଥା ହେଲା ଏବଂ ପ୍ରଥମ ଓଡିଶା ବିଧାନ ସଭା ପାଇଁ 1951 ଡିସେମ୍ବର 20 ତାରିଖରୁ 1952 ଜାନୁୟାରୀ 24 ତାରିଖ ମଧ୍ୟରେ 36 ଦିନ ଧରି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏହାଥିଲା ଭାରତ ବର୍ଷର ପ୍ରଥମ ସାଧାରଣ ନିର୍ବାଚନ l ସେତେବେଳେ ଓଡିଶା ବିଧାନସଭାର ସଦସ୍ୟ ସଂଖ୍ୟା 140 ଥିଲା l ଦୀର୍ଘ 24 ବର୍ଷ ପରେ 1974 ମସିହା ରେ ବିଧାନସଭା ର ସଦସ୍ୟ ସଂଖ୍ୟା 140 ରୁ ବୃଦ୍ଧି ପାଇ 147 ହୋଇଥିଲା l 1952 ମସିହା ମାର୍ଚ୍ଚ 4 ତାରିଖ ରେ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନରେ ପ୍ରତିନିଧି ମାନେ ଶପଥ ଗ୍ରହଣ କରିଥିଲେ l
ବରଗଡ଼ ଜିଲ୍ଲା ପଦ୍ମପୁର ବିଧାନ ସଭା ଆସନରୁ ଏ ଯାବତ 16 ଥର ନିର୍ବାଚନ ହୋଇସାରିଛି l ଏଠାରୁ ଏହି ନିର୍ବାଚନ ଗୁଡିକରେ ବିଭିନ୍ନ ସମୟରେ ଆଠ ଜଣ ଜନପ୍ରିୟ ନେତା ନିର୍ବାଚିତ ହେବା ସହ ଏହି ଆସନରୁ ପ୍ରତିନିଧିତ୍ବ କରୁଥିବା ନେତାଙ୍କ ମଧ୍ୟରୁ ଅନ୍ୟୁନ୍ୟ ଚାରିଜଣ ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ଗରୁତ୍ୱପୂର୍ଣ ଭୂମିକା ନିଭାଇଛନ୍ତି l
1951-52 ରେ ହୋଇଥିବା ନିର୍ବାଚନ ରେ ପଦ୍ମପୁର ବିଧାନସଭା ଆସନରୁ ଦ୍ୱୈତ ବିଧାୟକ ଭାବେ ସ୍ୱାଧୀନ ପ୍ରାର୍ଥୀ ଅନିରୁଦ୍ଧ ମିଶ୍ର ଓ କଂଗ୍ରେସ ପ୍ରାର୍ଥୀ ଭାବେ ଲାଲ ରଂଜିତ ସିଂ ବରିହା ବିଜୟୀ ହୋଇ ନବକୃଷ୍ଣ ଚୌଧୁରୀ ଙ୍କ ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ପାଇଥିଲେ l 1957ରେ ଏହି ଆସନ ରୁ ଗଣତନ୍ତ୍ର ପରିଷଦ ରୁ ଲାଲ ମିତ୍ରୋଦୟ ସିଂ ବରିହା ଏବଂ କଂଗ୍ରେସ ପ୍ରାର୍ଥୀ ବିରବିକ୍ରମାଦିତ୍ୟ ସିଂ ବରିହା ବିଜୟୀ ହୋଇଥିଲେ (ଲାଲ ମିତ୍ରୋଦୟ ସିଂ ବରିହା ଦ୍ୱୈତ ଭାବେ ବିଜୟ ଲାଭ କରିଥିଲେ )l ପରେ ଏହି ଆସନ ରୁ ଦ୍ୱୈତ ବିଧାୟକ ପ୍ରଥା ଉଚ୍ଛେଦ ହେବ ପରେ 1961 ନିର୍ବାଚନ ରେ ପ୍ରଥମ ଥର ପାଇଁ ପଦ୍ମପୁର ଏକକ ବିଧାୟକ ପାଇଥିଲା l
1957,1961,1967,1977 ନିର୍ବାଚନ ରେ କଂଗ୍ରେସ, ଜନ କଂଗ୍ରେସ ଏବଂ ଜନତା ପାର୍ଟି ରୁ ବିରବିକ୍ରମାଦିତ୍ୟ ସିଂ ବରିହା ବିଜୟୀ ହୋଇ ଡ଼କ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ବିରେନ ମିତ୍ରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ | 1971,1974 ର ବିଧାନସଭା ନିର୍ବାଚନ ରେ କଂଗ୍ରେସ ରୁ ପ୍ରାର୍ଥୀ ହୋଇ ଡ଼କ୍ଟର କୃପାସିନ୍ଧୁ ଭୋଇ ବିଜୟୀ ହୋଇ ନନ୍ଦିନୀ ସତପଥୀଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ l 1980,1985,2004 ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଭାବେ ଶ୍ରୀ ସତ୍ୟଭୁଷଣ ସାହୁ ବିଜୟୀ ହୋଇ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ସରକାରରେ ମୁଖ୍ୟସଚେତକ ହୋଇଥିଲେ l1990,1995,2000,2009,2019 ଜନତା ଦଳ, ବିଜୁ ଜନତା ଦଳ ରୁ ପ୍ରାର୍ଥୀ ହୋଇ ବିଜୟରଞ୍ଜନ ସିଂ ବରିହା ବିଜୟୀ ହୋଇ ନବୀନ ପଟ୍ଟନାୟକ ଙ୍କ ମନ୍ତ୍ରୀମଣ୍ଡଳ ରେ କ୍ୟାବିନେଟ ପାହ୍ୟା ର ମନ୍ତ୍ରୀ ହୋଇଥିଲେ | 2014 ରେ ଏହି ଆସନ ରୁ ବିଜେପି ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତ ବିଜୟ ହାସଲ କରିଥିଲେ l
ବିଜୟରଞ୍ଜନ ସିଂ ବରିହା ଙ୍କ ଅକାଳ ବିୟୋଗ ପରେ ଏବେ ଏଠାରେ ପ୍ରଥମ କରି ଉପନିର୍ବାଚନ ହେଉଛି l

Leave A Reply

Your email address will not be published.