ସୁନ୍ଦରଗଡ଼ /ରାଉରକେଲା(ବସନ୍ତ କୁମାର ଜେନା) :ଗୁରୁଣ୍ଡିଆ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଗଣ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଚାରି ଦଫା ଦାବି ସମ୍ବଳିତ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ମାଝୀ ଙ୍କୁ ପ୍ରଦାନ କରାଯାଇଛି l ଗୁରୁଣ୍ଡିଆ ପ୍ରାଥମିକ ଶିକ୍ଷକ ସଂଘ (NPS) ସଭାପତି ଧୀରେନ୍ କୁମାର ସାହୁ ଙ୍କ ନେତୃତ୍ଵରେ ଗୁରୁଣ୍ଡିଆ ଗଣଶିକ୍ଷକ ସଂଘ ଓ କନିଷ୍ଠ ଶିକ୍ଷକ ସଂଘ ର ମିଳିତ ଆହ୍ଵାନ କ୍ରମେ ବ୍ଲକ୍ ର ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଆଜି ଅପରାହ୍ନ 12 ଘଟିକା ରେ ଗୁରୁଣ୍ଡିଆ ବସ୍ ଷ୍ଟାଣ୍ଡ ସ୍ଥିତ ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶିକ୍ଷକ ଏକତା ଜିନ୍ଦାବାଦ୍ ର ନାରା ଦେଇ ଏକ ବିରାଟ ରାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଯାଇଥିଲା l ସୁରକ୍ଷା ପାଇଁ ଗୁରୁଣ୍ଡିଆ ପୋଲିସ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା l ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଚାରି ଦଫା ସମ୍ବଳିତ ଦାବିପତ୍ର ଯଥା ଚୁକ୍ତି ଭିତିକ ପ୍ରଥା ଉଛେଦ ସହ ୬ ଟି ଇନ୍ କ୍ରିମେଣ୍ଟ ପ୍ରଦାନ ତା ସହ ୬ବର୍ଷକୁ ମୂଳ ଚାକାରିରେ ଗଣନା, ନୂତନ ପେନସନ ଭଳି କୃଶ୍ଚିତ ପ୍ରଥାକୁ ଉଛେଦ କରାଯାଇ ପୁରୁଣା ପେନସନ ପ୍ରଦାନକରାଯାଉ ।ଏକ୍ସ କ୍ଯାଡର ଉଛେଦ କରି ସମସଙ୍କୁ ଏଲିମେଣ୍ଟାରି କ୍ଯାଡରଭୂକ୍ତ କରାଯାଉ। ମାଟ୍ରିକ ସିଟି ପୋଷ୍ଟ କୁ ପାହ୍ୟା ବୃଦ୍ଧି କରି ଟି ଅl ଇ ପୋଷ୍ଟ ମାଧ୍ୟମରେ 2800 ଗ୍ରେଡ ପେ ପ୍ରଦାନ ଦାବି ଗୁଡିକ ରହିଥିଲା l ବାଇଧର ବାରିକ, ସନ୍ତୋଷ କୁମାର ନାଗ, ନେତ୍ରାନନ୍ଦ କିଷାନ, ଲବଣିଧର କାଲୋ, ଆଲୋକ ନାଏକ, ରମେଶ ଚନ୍ଦ୍ର ସାହୁ, ଜୟ କାନ୍ତ ଖମାରି, ସରସ୍ଵତୀ ମହାକୁଡ, ବବିତା ସାହୁ, ପିଙ୍କି କିଷାନ, ଗୁରୁବାରି କିଷାନ, ଟିକି ମଞ୍ଜରି ଶୁବାହୁ ସିଂ, ଦୀପ୍ତି ରାଣୀ କୁଜୁର, ବବିତା ସାହୁ, ଜିନ୍ନାତ ପାର୍ୱିନ, ବିକ୍ରମ ନାଏକ, ସଞ୍ଜୟ ତିଗ୍ଗା, ଅବିନାଶ ଏକ୍କା, ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post