ନବରଙ୍ଗପୁର ବିଜେପି ତରଫରୁ ବିଜୟ ଉତ୍ସବ ପାଳନ

0

ନବରଙ୍ଗପୁର/ଅଶୋକ ସାହୁ : ଧାମନଗର ଉପ ନିର୍ବାଚନରେ ବିଜେପିର ବିପୁଳ ଭୋଟ ବ୍ୟବଧାନରେ ସୂର୍ଯ୍ୟବଂଶି ସୂରଜ ଙ୍କ ବିଜୟରେ ଉଲ୍ଲସିତ ହୋଇ ନବରଙ୍ଗପୁର ବିଜେପି ତରଫରୁ ଧାମନଗର ବାସି ଙ୍କୁ କୃତଜ୍ଞତା ଜଣାଇବା ସହ ମାଁ ଭଣ୍ଡାରଘରଣୀ ଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମିଷ୍ଟାନ୍ନ ବଣ୍ଟନ ସହ ଆତସବାଜି ଫୁଟାଇ ବିଜୟ ଉତ୍ସବ ପାଳନ କରାଗଲା।ଏହି ଉତ୍ସବରେ ପୌରାଧ୍ୟକ୍ଷ ଶ୍ରୀ କୁନୁ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସର୍ମିଷ୍ଟା ଦେଓ,ମାନସ ତ୍ରିପାଠୀ , ଏ ସତିସ,ମିଟୁ ମହାରଣା,ସୋମେଶ ଖୋରା,ସିରୁ ପାତ୍ର, ଉପସଭାପତି କିଶୋରୀ ପଟ୍ଟନାୟକ ଓ ଜିଲ୍ଲା ମିଡିଆ ପ୍ରଭାରୀ ଦେବଦାସ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.