ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ପୁରାଣ ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ କଦମ କଂଟା କେନ୍ଦୁପାଟଣା ଠାରେ ସମାଜର କଲ୍ୟାଣ ପାଇଁ ଓଁ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ବିଶ୍ୱଶାନ୍ତି ମହାଯଜ୍ଞ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଚିତ୍ରୋତ୍ପଳା ନଦୀ ତଟସ୍ଥ କୁଶ ବାବା ମଠ ପୁରାଣ ପ୍ରସିଦ୍ଧ ମଠ ଭାବେ ବେଶ ପରିଚିଚ । ଏହି ଯଜ୍ଞ ଶନିବାର ଦିନ ଆରମ୍ଭ ହୋଇଥିଲା ବେଳେ ରବିବାର ଦିନ ମହାସମାରୋହରେ ଉଦଯାପିତ ହୋଇଯାଇଛି । ନୀତିକାନ୍ତି ଅନୁଯାୟୀ କଳସଯାତ୍ରା, ଆଜ୍ଞାମାଳ ସ୍ଥାପନ, ବେଦପାଠ, ସୂର୍ଯ୍ୟପୂଜା, ଗୋ-ପୂଜା, ମଣ୍ଡଳ ପୂଜା, ଗୀତା ପାଠ, ଚଣ୍ଡିପାଠ, ଘୃତ ଆହୁତି , ପୂର୍ଣ୍ଣାହୂତି , ପ୍ରସାଦସେବନ ଓ ଚରୁଅନ୍ନ ଆଦି ବଂଟନ କାର୍ଯ୍ୟ ହୋଇଥିଲା । ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ସହ, ପୁଷ୍ପାଞ୍ଜଳୀ, ନାମ ସଂକୀର୍ତନ ଓ ଭଜନ ସମାରୋହ କାର୍ଯ୍ୟ ଆଦି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ ଦେଖିବା ନିମନ୍ତେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା । ଏହି ଯଞ୍ଜରେ କର୍ତା ଭାବେ ପଦ୍ମଲୋଚନ ଶତପଥୀ ଓ ଗୀତାଞ୍ଜଳୀ ଶତପଥୀ ବସିଥିଲା ବେଳେ ମୁଖ୍ୟ ପଣ୍ଡିତ ଭାବେ ପ୍ରବୋଧ କୁମାର ଷଢଙ୍ଗୀ ବେଦ ପାଠ କରିଥିଲେ । ଆୟୋଜକ ଭାବେ ସୁରେଶ ଚନ୍ଦ୍ର ସ୍ୱାଇଁ , ଗଣେଶ୍ୱର ବେହେରା, ଧରଣୀଧର ବେହେରା, ନିରଞ୍ଜନ ମାଝି, ସନ୍ତୋଷ କୁମାର ବେହେରା, ଶୁଭମ୍ ସ୍ୱାଇଁ, ଜାନକୀ ବଲ୍ଲଭ ପରିଡ଼ା, ତରଣୀସେନ ପଟ୍ଟନାୟକ, ମନୋରଂଜନ ଶତପଥୀ, ମଦନମୋହନ ପରିଡ଼ା, ଜ୍ୟୋତିଶଚନ୍ଦ୍ର ମିଶ୍ର, ପ୍ରଦିପ୍ତ କୁମାର ରାଉତ ଙ୍କ ସମେତ ଗ୍ରାମବାସୀମାନେ ଯୋଗଦାନ କରି ପୂର୍ଣ୍ଣ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post