ଅସୁରେଶ୍ୱର ଆଥଲେଟିକ୍ ଆନୁକୂଲ୍ୟରେ ୪୮ ତମ ଫୁଟବଲ ପ୍ରତିଯୋଗିତା

0

ଫୁଟବଲ କ୍ରୀଡ଼ା ପାଇଁ ଜିଲ୍ଲା ସ୍ତରରେ ଅସୁରେଶ୍ୱର ବେଶ ପରିଚିତ ହୋଇପାରିଛି : ବିଧାୟକ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଆଥଲେଟିକ୍ ଆନୁକୂଲ୍ୟରେ ୪୮ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ାରେ ୮ଗୋଟି ଟିମ୍ ଭାଗ ନେଇଥିଲେ । କିନ୍ତୁ ତାଙ୍କ ମଧ୍ୟରୁ ୟଙ୍ଗ ଉକôଳ କ୍ଲବ ଖାନନଗର କଟକ ସହିତ ଯୁନାଇଟେଡ଼ କ୍ଲବ ଭୁବନେଶ୍ୱର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଯୁନାଇଟେଡ଼ କ୍ଲବ ଭୁବନେଶ୍ୱର ୪/୩ ଗୋଲରେ ବିଜୟ ହୋଇ ଚାମ୍ପିୟନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସମ୍ମାନୀତ ଅତିଥି ଭାବେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଯୋଗଦାନ କରି ରନର୍ସଅପ ଏବଂ ଚମ୍ପିୟନ ଟିମ୍ କୁ କପ ପ୍ରଦାନ କରିବା ସହ ଫୁଟବଲ କ୍ରୀଡ଼ା ଦ୍ୱାରା ଶାରୀରିକ ବିକାଶ ସହ ଭଲ ଖେଳିବା ଦ୍ୱାରା ରାଜ୍ୟ ସ୍ତରରେ ନିଜକୁ ପରିଚିତ କରିବା ସମ୍ଭବ ବୋଲି ପ୍ରକାଶ କରିଥିଲେ । ଏପରିକ ଅସୁରେଶ୍ୱର ଆଥଲେଟିକ୍ ଆସୋସିଏସନ ଫୁଟବଲ କ୍ରୀଡ଼ା ପ୍ରତ୍ୟେକ ବର୍ଷ କରିବା ଦ୍ୱାରା ଜିଲ୍ଲା ସ୍ତରରେ ବେଶ ପରିଚିତ ହୋଇପାରିଛି ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବିଜେଡ଼ି ବ୍ଲକ ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲାପରିଷଦ ଜସ୍ମିତା ସେଠୀ, ବିପ୍ଳବ କାପ, ଆସୋସିଏସନ ସଭାପତି ଅନନ୍ତ କୁମାର ଦାସ,ସମ୍ପାଦକ ବିଜୟ କୁମାର ବଳ, କଲେଜ ଅଧ୍ୟକ୍ଷ ଡ଼ଃ.ଦିଲ୍ଲିପ କୁମାର ମିଶ୍ର ଙ୍କ ସମେତ ବହୁ ବିଜୁ ଜନତା ଦଳ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଖେଳ ପରିଚାଳନା କରିବାରେ ସେକ୍ ହାୟଦ୍, ଟୁକୁନା ଭୋଇ ସହଯୋଗ କରିଥିଲେ । ଉପସ୍ଥାପକ ଭାବେ ପ୍ରମୋଦ କୁମାର ସାହୁ ଖେଳ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆଥେଲଟେିକ୍ ଆସୋସିଏସନର ସମସ୍ତ ସଭ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.