ବରିଷ୍ଠ ନାଗରିକଙ୍କୁ ତହସିଲଦାରଙ୍କ ଦୁବ୍ୟବହାର ଅଭିଯୋଗ!!!!!!

0

(ରେଢାଖୋଲ/ଶ୍ରୀୟାସ୍ମିତା ସାମଲ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ତହସିଲଦାରଙ୍କ ବିରୋଧରେ ସହରର ବରିଷ୍ଠ ନାଗରିକ ଲଳିତ ବାହାଦୁର ସିଂ ଦୁବ୍ୟବହାର ଅଭିଯୋଗ ଆଣିଛନ୍ତି। ସେ ଆଜି ଉପଜିଲାପାଳ ପବିତ୍ର ବେହେରାଙ୍କୁ ଲିଖ ଭାବରେ କରିଥିବା ଅଭିଯୋଗ ମତେ ଗତ କାଲି ମଧ୍ୟାହ୍ନରେ ଦରଖାସ୍ତ କରିଥିବା ଜମିର ଚିହ୍ନଟରେ (କେସ ନଂ୪୧/୨୨) ଅହେତୁକ ବିଳମ୍ବ ହେଉଥିବା ନେଇ ସେ ତହସିଲଦାର ଦେବାଶିଷ ପାତ୍ରଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। କାର୍ଯ୍ୟାଳୟରେ ତହସିଲଦାର ନଥିବାବେଳେ ସେ ଅନେକ ସମୟ ଅପେକ୍ଷା କରିଥିଲେ। ପରେ ତହସିଲଦାର ଉପର ମହଲାରେ ଥିବା ପିଅନଠାରୁ ଜାଣି ସେଠାକୁ ଯାଇ ତହସିଲଦାରଙ୍କୁ ସାକ୍ଷାତ କରିଥିଲେ। ତହସିଲଦାର ତାଙ୍କୁ ତଳେ ଯାଇ ଅପେକ୍ଷା କରିବାକୁ କହିଥିଲେ; ହେଲେ ଲଳିତ ଦୀର୍ଘସମୟ ଅପେକ୍ଷା କରିଥିବା କହି ତାଙ୍କ କଥା ଶୁଣିବାକୁ ଅନୁରୋଧ କରିଥିଲେ। ଏଥିରେ ତହସିଲଦାର ରାଗିଯାଇ ‘କାହା ଅନୁମତିରେ ମୋ ପାଖକୁ ଆସିଲ, କିଏ ଅଛ ଏହାକୁ ଧକ୍କାଦେଇ ବାହର କରିଦିଅ ନହେଲେ ମୁଁ ଚାପୁଡା ମାରିବି, ତୁ ଯାଉଛୁ ନା ନାହିଁ ବୋଲି କହିଥିବା ଲଳିତ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାରଙ୍କୁ ପଚାରିବା ପାଇଁ ଚେଷ୍ଟା କଲାପରେବି କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଏନେଇ ଉପଜିଲାପାଳ ପବିତ୍ର ବେହେରାଙ୍କୁ କହିଛନ୍ତି ଯେ ଯଥାଶିଘ୍ର ଘଟଣାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.