(ରେଢାଖୋଲ / ଶ୍ରୀୟାସ୍ମିତା ସାମଲ ) ୧୨ ଦଫା ଦାବିରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ରେଢାଖୋଲ ଶାଖା ପକ୍ଷରୁ ଆଜି ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସ୍ୟୁସିଆଇର ବହୁ କର୍ମକର୍ତ୍ତା ସ୍ଥାନୀୟ ଭୀମଭୋଇ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ କରିଥିଲେ।
ଏସ୍ୟୁସିଆଇ (କମ୍ୟୁନିଷ୍ଟ)ର ଯୁବ ସଂଗଠକ ସଞ୍ଜୀବ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଭିକାରୀ ପ୍ରଧାନ, ତୀର୍ଥବାସି ଭୋଇ, ସରୋଜିନୀ ନାୟକ ପ୍ରମୁଖ ବକ୍ତବ୍ୟ ରଖି ଅଞ୍ଚଳର ବିକାଶ ନେଇ ତୁରନ୍ତ ସମସ୍ତ ଦାବିପୂରଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ। ଦାବି ମୁତାବକ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲ ଆଦି ଅତ୍ୟାବଶ୍ୟକ ଦ୍ରବ୍ୟର ଦର ବୃଦ୍ଧିକୁ ତୁରନ୍ତ ବନ୍ଦ କରିବା ସହ ବିଦ୍ୟୁତ୍ ସେବାର ଘରୋଇ କରଣକୁ ବିରୋଧ କରାଯାଇଛି।
ଏପରିକି ରେଢାଖୋଲ ଉପଖଣ୍ଡର ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ ଅନ୍ୟ କର୍ମଚାରୀ ନିଯୁକ୍ତି, ବିଦ୍ୟାଳୟରେ ଖାଲିପଡିଥିବା ଶିକ୍ଷକ ପଦବି ପୂରଣ, ରେଢାଖୋଲ କେରାଣ୍ଡି ଜୋର ଜଳସେଚନ ପ୍ରକଳ୍ପର କେନାଲକୁ ହାତୀବାହାଳଠାରୁ ମହୁଲମୁଣ୍ଡା ଡିମିରିମୁଣ୍ଡା ଓ ସାମସିଂହା ଦେଇ କନ୍ଧରା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା, ହାତୀ, ବାର୍ହା ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ବାରା କ୍ଷତି ହେଉଥିବା ଫସଳର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା, ପ୍ରତି ପଞ୍ଚାୟତରେ ଧାନମଣ୍ଡି ଖୋଲାଯାଇ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, ରେଢାଖୋଲର କଦଳିଗଡଠାରେ ଶୀତଳଭଣ୍ଡାର ସ୍ଥାପନ ଓ ପ୍ରତିଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଆଦି ୧୨ ଦଫା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶରେ ଉପଜିଲାପାଳ ପବିତ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ କଳ୍ପତରୁ ପ୍ରଧାନ, ଜ୍ୟୋତ୍ସ୍ନା ପ୍ରଧାନ, ନବୀନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଦାବିପତ୍ର ପ୍ରଦାନ ସହ ବିକ୍ଷୋଭ ସମାବେଶରେ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.