ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ରାଜଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା କହିଲେ ଛାତ୍ରଛାତ୍ରୀମାନେ ଖୁସି ମନରେ ସକରାତ୍ମକ ଚିନ୍ତାଧାରା ନେଇ ଆଗେଇଲେ ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ହୋଇପାରିବେ l ନିଜକୁ କେବେ ଛୋଟ ଭାବିବେ ନାହିଁ l ଶିକ୍ଷକ, ଶିକ୍ଷୟତ୍ରୀଙ୍କ ନୀତି, ଆଦର୍ଶ ପିଲାମାନଙ୍କ ସହିତ ଜୀବନ ସାରା ରହିବ l ପିତାମାତା, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି l ପ୍ରତିଜ୍ଞା ଓ ନିଷ୍ଠା ସହକାରେ ପାଠ ପଢିଲେ ଭବିଷ୍ୟତରେ ନିଶ୍ଚିତ ଲକ୍ଷ୍ୟ ସାଧନା କରିପାରିବେ l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ସାହୁ ଅଧ୍ୟକ୍ଷତା କରି କହିଲେ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଲୁକାହିତ ପ୍ରତିଭା ବିକଶିତ ହୋଇପାରିବ l ପିଲାମାନେ କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ପ୍ରତିଯୋଗିତାର ଉତୀର୍ଣ୍ଣ ହୋଇ ଜିଲ୍ଲାସ୍ତରକୁ ଆସିଛନ୍ତି l ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲାପାଇଁ ଗୌରଭ ଆଣିଛନ୍ତି l ଅତରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ଓ ସମ୍ମାନିତ ଅତିଥିଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କହିଲେ ଜଗତସିଂହପୁର ଏକ କଳା, ସାହିତ୍ୟ, ସଂସ୍କୃତି ସମ୍ପନ୍ନ ଜିଲ୍ଲା l ଜିଲ୍ଲାର ମହାମନୀଷୀମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଶିଶୁ ମହୋତ୍ସବର ଉର୍ଦ୍ଧେଶ୍ୟ ହେଉଛି ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା l ପ୍ରାରଂବରେ ସମଗ୍ର ଶିକ୍ଷା ବିଭାଗର ସିନିୟର ଟେକ୍ନିକାଲ ଶ୍ରୀ ଶୁଭେନ୍ଦୁ କୁମାର ବରାଳ ଅତିଥି ପରିଚୟ ପ୍ରଦାନ କରିଥିଲେ l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ୧୩୬ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l

Leave A Reply

Your email address will not be published.